Only for Entertainment

କୃଷ୍ଣା ବେଉରାଙ୍କ ତରଫରୁ ପୁଲୱାମା ସହିଦଙ୍କୁ ଭେଟି !

33

ବଲିଉଡର ପ୍ରତିଷ୍ଠିତ ଓଡିଆ କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା ଭେଟି ଦେଇଛନ୍ତି ଏକ ଆକର୍ଷଣୀୟ ଦେଶଭକ୍ତିର ଗୀତ । ଯାହାର ଟାଇଟେଲ୍ ରହିଛି ଏ ୱତନ୍ । ପୁଲୱାମାରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଏହି ଖାସ୍ ଗୀତ ପ୍ରସ୍ତୁତ କରିଛନ୍ତି କ୍ରିଷ୍ଣା । ଧରମବିର୍ ସିଂଙ୍କ ପ୍ରଯୋଜନାରେ ଏହାର ସଙ୍ଗୀତ ଓ ଲିରିକ୍ସର ଭାର ତୁଲାଇଛନ୍ତି ରାହୁଲ୍ ତ୍ରିପାଠୀ ।

ଏଠାରେ ଆମେ କହି ରଖୁଛୁ, ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୨ ଜଣ ଯବାନ ସହିଦ ହେବା ପରେ ପୂରା ଦେଶରେ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ପୂରା ଦେଶବାସୀ ଏକାଠି ହୋଇଛନ୍ତି । କେବଳ ନେତା ନୁହଁନ୍ତି ଦେଶର ପ୍ରତି ଲୋକଙ୍କ ମନରେ ଜଳୁଛି ପ୍ରତିଶୋଧର ବହ୍ନି । ଏହାଛଡା ଭାରତକୁ ଭଲ ପାଉଥିବା ଲୋକ ଓ ଦେଶ ମଧ୍ୟ ଏହି ଆକ୍ରମଣକୁ ବିରୋଧ କରିବା ସହ ଆତଙ୍କବାଦୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସିଧାସଳଖ ମତ ଦେଇଥିଲେ । ଆତଙ୍କବାଦୀଙ୍କୁ ସମୁଳେ ବିନାଶ କରିବାକୁ ଭାରତ ସହ ହାତ ମିଳାଇବାକୁ ଅନେକ ଦେଶ ଆଗେଇ ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More