Only for Entertainment

ଲଣ୍ଡନରେ ଇରଫାନ ଖାନଙ୍କ ପାଇଁ ରଖାଗଲା ‘କାରବାଁ’ଫିଲ୍ମର ଖାସ୍ ସ୍କ୍ରିନିଂ !

navbharattimes
0 36

ଇରଫାନ ଖାନ ଏବଂ ଦିଲକର ସଲମାନ ଏବଂ ମିଥିଳା ଷ୍ଟାରର ଫିଲ୍ମ ‘କାରବାଁ’୩ଅଗଷ୍ଟ ୨୦୧୮ ଶୁକ୍ରବାର ଶୁକ୍ରବାର ରିଲିଜ ହେବାକୁ ଯାଉଛି । ଖବର ମିଳିଛି ଯେ ରିଲିଜ ପୂର୍ବରୁ ଇରଫାନଙ୍କ ପାଇଁ ଏହି ଫିଲ୍ମର ଖାସ ସ୍କ୍ରିନିଂ ରଖାଯାଇଛି ।

ଏଠାରେ ଆମେ କହି ରଖୁଛୁ ଯେ ଟ୍ରେଲରକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି ଏବଂ ପ୍ରତି ଥର ଭଳି ଏଥର ମଧ୍ୟ ଇରଫାନଙ୍କୁ ଅଭିନୟ ମଜାଦାର ରହିଛି । କାରବାଁ କୁ ନେଇ ସେତେବେଳେ ଅଧିକ ଚର୍ଚ୍ଚା ହେଲା ଯେତେବେଳେ ଇରଫାନଙ୍କୁ କ୍ୟାନସର ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଲୋକମାନେ ତାଙ୍କର ଆଗାମୀ ପ୍ରୋଜେକ୍ଟକୁ ନେଇ ଚିନ୍ତିତ ଥିଲେ, ମାତ୍ର କାରବାଁ’ର ନିର୍ମାତା ଏହି ଫିଲ୍ମକୁ ନେଇ ପଜିଟିଭ ଥିଲେ ଏବଂ ତାଙ୍କୁ ଏହି ଫିଲ୍ମ ସିଡ୍ୟୁଲ ହିସାବରେ ରିଲିଜ କରିବାର ଥିଲା ।

ଇରଫାନ ତାଙ୍କର ରୋଗ ବିଷୟରେ ଜାଣିବା ପରେ ଚିକିତ୍ସା ପାଇଁ ତୁରନ୍ତ ଲଣ୍ଡନ ଚାଲି ଯାଇଥିଲେ । ଏବେ ଆମକୁ ସୂଚନା ମିଳିଛି ଯେ ଲଣ୍ଡନରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ରଖାଯାଇଛି ଫଳରେ ଇରଫାନ ରିଲିଜ ପୂର୍ବରୁ ନିଜ ଫିଲ୍ମ ଦେଖିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More