Only for Entertainment

ଖୋଲା ଖୋଲି ଭାବେ ପ୍ରେମରେ ଉବୁଟୁବୁ ନଜର ଆସିଲେ ପ୍ରିୟଙ୍କା-ନିକ, ଫଟୋ ହେଲା ଭାଇରାଲ !

0 69

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ଏବେ କିଛି ଦିନ ହେବ ମସ୍ତି ମୁଡରେ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଦୁହିଁଙ୍କର କିଛି ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ପରିଷ୍କାର ଭାବେ ନଜର ଆସୁଛି ଦୁହିଁଙ୍କ ପରିବାର ଦୁହିଁଙ୍କ ପରିବାର ସହ ମିଶିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବାରେ ଲାଗିଛନ୍ତି । ଏହି ସମସ୍ତ ଫଟୋ ମଧ୍ୟରେ ଦେଖିବାକୁ ମିଳିଛି କିଛି ଖାସ ଫଟୋ । ଯେଉଁ ଫଟୋରେ ଦେଖିବାକୁ ମିଳିଛି ପ୍ରିୟଙ୍କା ଏବଂ ନିକଙ୍କ ରୋମାଂଟିକ ଅନ୍ଦାଜ । ତାଙ୍କର ଏହି ରୋମାଂଟିକ ଅନ୍ଦାଜ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

It’s a #famjam at the #usopen ??❤️ @nickjonas @sophiet @joejonas @madhumalati

A post shared by Priyanka Chopra (@priyankachopra) on

ଏଠାରେ ଆମେ କହି ରଖୁଛୁ ଯେ ମେକ୍ସିକୋରେ ଛୁଟି ମନାଇବା ପରେ ଏବେ ଆମେରିକାରେ ଦୁହେଁ ୟୁଏସ ଓପନର ମଜା ଲୁଟୁଛନ୍ତି । ଏହି ଛୁଟିରେ ପ୍ରିୟଙ୍କାଙ୍କ ମା, ନିକଙ୍କ ଭାଇ ଭାଉଜ ମଧ୍ୟ ସାମିଲ ଥିଲେ । କିଛି ଘଂଟା ପୂର୍ବେ ପରିବାର ସହ ଷ୍ଟାଡିୟମରେ କ୍ଲିକ କରିଥିବା ଏକ ଫଟୋ ଶେୟାର କରିଥିଲେ ନିଜ ଇନଷ୍ଟାଗ୍ରାମ ପେଜରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More