Only for Entertainment

ଛତିଶଗଡରେ ଗଞ୍ଜା-ମାଇ କୁକୁଡାର ଅନୋଖା ବିବାହ, ସଙ୍ଗୀତର ମଧ୍ୟ କରାଯାଇଥିଲା ଆୟୋଜନ

ndtv khabar
0 47

ବର୍ତ୍ତମାନ ବିବାହ ଋତୁ ଚାଲିଛି । ଏପରି ସ୍ଥିତିରେ କାଳିଆ ଏବଂ ସୁନ୍ଦରୀ କିପରି ପଛରେ ରହିବେ । ସାମାଜିକ ରିତି-ନିତ ଅନୁସାରେ ଧୁମ ଧାମରେ ଦୁହିଁଙ୍କ ବିବାହ ଅନୁଷ୍ଠିତ ହୋଇଛି । ଏବଂ ଏହି ଅନୋଖା ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆପଣ ଭାବୁଥିବେ ଏହି ବିବାହରେ ଏପରି କ’ଣ ହୋଇଛି ଯେ ଏହାର ଚର୍ଚ୍ଚା ହେଉଛି । ତେବ ଆସନ୍ତୁ ଜାଣିବା ଏହି ବିବାହ ବିଷୟରେ ।

ଏହି ଅନୋଖା ବିବାହ ଛତିଶଗଡର ଦନ୍ତେୱାଡା ସ୍ଥିତ ହିରାନାର ଅଂଚଳରେ ଅନୁଷ୍ଠିତ ହୋଇଛି । ତେବେ କାଳିଆ ଆଉ ସୁନ୍ଦରୀ କେହି ନୁହଁନ୍ତି ବରଂ ଏକ ଗଞ୍ଜା ଏବଂ ମାଇ କୁକୁଡା । ଏହି ଗଞ୍ଜା ଏବଂ ମାଇ କୁକୁଡା ବିବାହ ପାଇଁ ଠିକ ସେହିପରି ଆୟୋଜନ କରାଯାଇଥିଲା ଯେପରି ସାଧାରଣ ବିବାହରେ କରାଯାଇଥାଏ ।

image1

ସବୁଠାରୁ ମଜା କଥା ହେଉଛି କି ବିବାହ ପାଇଁ କାର୍ଡ ମଧ୍ୟ ଛପାଯାଇଥିଲା, ବିବାହ ମଣ୍ଡପ ମଧ୍ୟ ସଜାଯାଇଥିଲା । କେବଳ ଏତିକି ନୁହେଁ ସଙ୍ଗୀତ ସମାରୋହର ମଧ୍ୟ ଆୟୋଜନ କରାଯାଇଥିଲା । ଦୁହିଁଙ୍କୁ ଲାଲ ଦୁପଟାରେ ସଜାଯାଇଥିଲା ।

ସ୍ଥାନୀୟ ନିବାସୀଙ୍କ କହିବା ଅନୁସାରେ କାଳିଆ ଏବଂ ସୁନ୍ଦରୀ କଡକନାଥ ପ୍ରଜାତିର । ଏହି ପ୍ରଜାତିର ଅନେକ ବିଶେଷତ୍ୱ ରହିଛି । ଏହି ପ୍ରଜାତି ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ଏପରି ଅନୋଖା ବିବାହର ଆୟୋଜନ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More