Only for Entertainment

ଠଗ୍ସ ଅଫ ହିନ୍ଦୋସ୍ତାନ ଫିଲ୍ମ ଫଷ୍ଟ ଲୁକ ହେଲା ରିଲିଜ , ଦେଖନ୍ତୁ ଏହି ଶାନଦାର ଭିଡିଓ !

jansatta
0 31

ଲମ୍ବା ସମୟ ଅପେକ୍ଷା ପରେ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ର ପ୍ରଥମ ଲୁକ ଆଉଟ କରାଯାଇଛି । ବିଜୟ କୃଷ୍ଣା ଆଚାର୍ଯ୍ୟଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଫିଲ୍ମରେ ଅମିତାଭ ବଚ୍ଚନ, ଆମୀର ଖାନ, କ୍ୟାଟରୀନା କୈଫ ଏବଂ ଫାତିମା ସନା ଶୈଖଙ୍କ ଭଳି କଳକାର ନଜର ଆସିବେ । ଫଷ୍ଟ ଲୁକ ସହ ଫିଲ୍ମର ରିଲିଜ ଡେଟ ମଧ୍ୟ ସାମ୍ନାକୁ ଆସିିଛି । ଫିଲ୍ମର ରିଲିଜ ଡେଟ ଗୋଟେ ଦିନ ଆଗକୁ ଘଂଚାଇ ଦିଆଯାଇଛି । ପ୍ରଥମେ ଏହି ଫିଲ୍ମ ୭ନଭେମ୍ବରରେ ରିଲିଜ ହେବାର ଥିଲା ମାତ୍ର ଏହା ଏବେ ୮ନଭେମ୍ବରରେ ରିଲିଜ କରାଯିବ ବୋଲି ନିଷ୍ପତ୍ତି ନିଆ ଯାଇଛି । ଫର୍ଷ୍ଟ ଲୁକକୁ ଆମୀର ଖାନ ନିଜ ଟ୍ୱିଟର ଅକାଉଂଟରେ ଶେୟାର କରିଛନ୍ତି । କିଛି ସମୟ ମଧ୍ୟରେ ଏହି ଭିଡିଓକୁ ୨ଲକ୍ଷ ୧୩ହଜାର ଥର ଦେଖାଯାଇ ସାରିଲାଣି ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମର ଟ୍ରେଲର ୨୭ସେପ୍ଟେମ୍ବର ଅର୍ଥାତ ୟଶ ଚୋପ୍ରାଙ୍କ ଜନ୍ମଦିନରେ ରିଲିଜ କରାଯିବ । ଏହି ଫିଲ୍ମ ଦିପାବଳୀ ସମୟରେ ରିଲିଜ କରାଯିବ । ମଙ୍ଗଳବାର ଠାରୁ ଫିଲ୍ମର ଫଷ୍ଟ ଲୁକ ପୋଷ୍ଟର ରିଲିଜ ହେବା ଆରମ୍ଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More