Only for Entertainment

କରନ ଜୋହରଙ୍କ ଆଗାମୀ ଫିଲ୍ମରେ ଧର୍ମଗୁରୁ ହେବେ ଅମିର ।

GQ
0 42

ବଲିଉଡର ପରଫେକ୍ସନିଷ୍ଟ ଅମିର ଖାନ ଯେ କୌଣସି ଚରିତ୍ରରେ ଅଭିନୟ କରନ୍ତୁ ନା କାହିଁକି ତାହାକୁ ସେ ନିଖୁଣ ଭାବେ ତୁଳାଇଥାନ୍ତି । ଶୁଣିବାକୁ ମିଳୁଛି ଯେ କରନ ଜୋହରଙ୍କ ଆଗାମୀ ଫିଲ୍ମରେ ଅଭିନେତା ଆମିର ଖାନ ଧର୍ମଗୁରୁ ଭାବେ ନଜର ଆସିବେ ।

ଧର୍ମଗୁରୁ ଓସୋଙ୍କ ଜୀବନୀ କାହାଣୀକୁ ନେଇ କରନ ଏକ ନୂଆ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଧର୍ମଗୁରୁ ଭୂମିକାରେ ଅଭିନୟ କରିବେ ବଲିଉଡ଼ ସୁପରଷ୍ଟାର ଅମିର ଖାନ । ଫିଲ୍ମଟିର ନିର୍ଦ୍ଦେଶନା ଦେବେ ଶକୁନ ବାତ୍ରା । ଏପର୍ଯର୍୍ୟନ୍ତ ଫିଲ୍ମର ଟାଇଟଲ ପ୍ରସ୍ତୁତ କରାଯାଇ ନାହିଁ । ଏହି ଫିଲ୍ମରେ ଅଭିନୟ କରିବା ପାଇଁ ଆମିର ବେଶ ଉତ୍ସାହିତ ହେବା କଥା ଜଣା ପଡ଼ିଛି । ଫିଲ୍ମଟିର ସ୍କ୍ରିପ୍ଟ ପଡୁ ପଡୁ ସେ ଅଭିନୟ କରିବା ପାଇଁ ରାଜି ହୋଇଯାଇଥିଲେ ।

ସୂଚନା ଅନୁସାରେ କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ଓ ଅମିର ଖାନଙ୍କ ପ୍ରଡକ୍ସନ ଏକାଠି ମିଶି ପ୍ରଥମ ଥର କାମ କରିବେ । ଫିଲ୍ମ “ଠଗ୍ସ ଅଫ ହିନ୍ଦୁସ୍ଥାନ’ ପରେ ଆମିର କରନଙ୍କ ଫିଲ୍ମରେ ନଜର ଆସିବେ । ବାୟୋପିକ ସିନେମାରେ ଆଗରୁ ଅମିର “ଦଙ୍ଗଲ’ ସିନେମାରେ ଗୀତା ପୋଗାତଙ୍କ ବାୟୋପିକରେ ମହାବୀର ପୋଗାତଙ୍କ ଭୂମିକାରେ ଅଭିନୟ କରିଥିଲେ । ଆଗରୁ ଅମିର-କରନ ଏକାଠି କାମ କରି ନଥିଲେ ମଧ୍ୟ ପ୍ରଥମ ଥର ପାଇଁ ଏକାଠି କାମ କରିବେ । ନିର୍ଦ୍ଦେଶକ ଶକୁନ ଏହା ପୂର୍ବରୁ “କପୁର ଆଣ୍ଡ ସନ୍ସ’ ଏବଂ “ଏକ ମେଁ ଔର ଏକ ତୁ’ ଫିଲ୍ମର ନିର୍ଦ୍ଦେଶନା ଦେଇ ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More