Only for Entertainment

ଟି ସିରିଜକୁ ନମ୍ବର ୱାନ ୟୁଟ୍ୟୁବ ଚ୍ୟାନେଲ କରିବା ରେସରେ ସାମିଲ ହେଲେ ଆମୀର ।

bollywood tadka
19

ସଲମାନ ଖାନ, ବରୁଣ ଧାୱନ, ଅନିଲ କପୁର, କାର୍ତ୍ତିକ ଆର‌୍ୟନ, ଅନନ୍ୟା ପାଣ୍ଡେ, ଅର୍ଜୁନ କପୁର,କୃତି ସାନନ, ଦିଶା ପାଟନୀ ଏବଂ ଅନ୍ୟ କେତେକ ବଲିଉଡ ତାରକା ଟି ସିରିଜକୁ ନମ୍ବର ୱାନ କରିବା ପାଇଁ ନିଜର ସମର୍ଥନ ଦେଇଛନ୍ତି । ସଲମାନଙ୍କ ପରେ ଆମୀର ଖାନ ଏହି ରେସରେ ସାମିଲ ହୋଇଛନ୍ତି । ଆମୀର ସୋସିଆଲ ମିଡିଆରେ ଏକ ଭିଡ଼ିଓ ଶେୟାର କରି ଟି ସିରିଜକୁ ଶୁଭେତ୍ସା ଜଣାଇଛନ୍ତି ।
ଆମୀର ଖାନ ଭିଡ଼ିଓ ଶେୟାର କରି କହିଛନ୍ତି ଟିସିରିଜ ଦୁନିଆର ସବୁଠାରୁ ସବୁଠାରୁ ଅଧିକ ସବସ୍କ୍ରାଇବ କରାଯାଉଥିବା ଚ୍ୟାନେଲ ହେବା ରାସ୍ତାରେ, ମୁଁ ବହୁତ ଖୁସି ଅଛି । ଟିସିରିଜ ଏବଂ ଭୂଷଣ କୁମାରଙ୍କୁ ଶୁଭେତ୍ସା, ଅଲ ଦ ବେଷ୍ଟ ।

 

View this post on Instagram

 

@tseries.official @its_bhushankumar (Link in bio)

A post shared by Aamir Khan (@_aamirkhan) on

ଭୂଷଣ କୁମାର କିଛି ଦିନ ର୍ପୂବରୁ ଏକ ଭିଡ଼ିଓ ଶେୟାର କରିଥିଲେ ଯେଉଁଥିରେ ସେ କହିଥିଲେଯେ ଟିସିରିଜ ବିଶ୍ୱର ନମ୍ବର ୱାନ ହେବା ରାସ୍ତାରେ । ଏହାକୁ ଏକ ଐତିହାସିକ ସମୟ କରିବାକୁ ଚାହୁଁଛୁ । ଏଥିପାଇଁ ଆମକୁ ଖୁବ ପ୍ରୟାସ କରିବାକୁ ପଡ଼ିଛି । ତେବେ କହିରଖୁଛୁଯେ ବାପା ଗୁଲସନ କୁମାରଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ଏହି ପଦକ୍ଷେପ ନେଇଥିବା କଥା କହିଛନ୍ତି । ତେଣୁ ସମସ୍ତେ ଏହାକୁ ସବସ୍କ୍ରାଇବ କରିବାକୁ ଅପିଲ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More