Only for Entertainment

ରିଲିଜ ହେଲା ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଡ୍‌‌ଢା’ର ପ୍ରଥମ ପୋଷ୍ଟର, ଅଭିନେତାଙ୍କ ଅନ୍ଦାଜ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ

amir khan insta pic
34

ଆମୀର ଖାନଙ୍କ ଫିଲ୍ମ ‘ଲାଲା ସିଂ ଚଡ୍‌‌ଢା’ର ଆଜି ପ୍ରଥମ ଲୁକ ପୋଷ୍ଟର ରିଲିଜ କରାଯାଇଛି । ଫିଲ୍ମର ଏହି ପୋଷ୍ଟରରେ ଆମୀର ଖାନ ଜଣେ ଶିଖ ବ୍ୟକ୍ତି ଅନ୍ଦାଜରେ ନଜର ଆସିଛନ୍ତି । ପୋଷ୍ଟରରେ ଆମୀର ଗୋଲାପୀ ପଗଡୀ, ପିଙ୍କ ଚେକ ସାର୍ଟ ଏବଂ ଲମ୍ବା ଦାଢୀରେ ନଜର ଆସିଛନ୍ତି । ଆମୀରଙ୍କ ଏହି ପୋଷ୍ଟର ସାମ୍ନାକୁ ଆସିବା ପରେ ଏହା ଇ ଣ୍ଟରନେଟରେ ଛାଇ ରହିଛି ।

 

View this post on Instagram

 

Sat Sri Akaal ji, myself Laal…Laal Singh Chaddha.🙏

A post shared by Aamir Khan (@_aamirkhan) on

ଆମୀର ଏହି ଲୁକ ପୋଷ୍ଟରକୁ ଇଂଷ୍ଟାଗ୍ରାମରେ ଏପର୍ଯ୍ୟନ୍ତ ୧ ଲକ୍ଷ ୨୭ ହଜାରରୁ ଅଧିକ ଲୋକେ ଲାଇକ କରି ସାରିଛନ୍ତି । ଏହି ଫିଲ୍ମରରେ ଆମୀରଙ୍କ ସହିତ କରୀନା କପୁର ଖାନ ଲଲିଡ ରୋଲରେ ନଜର ଆସିବେ । କିଛି ଦିନ ପୂର୍ବରୁ ଦୁହିଁଙ୍କ ସୁଟିଂ ସେଟର ଫଟୋ ସୋସିଆଲ ମିଡିଆରେ ଲିକ ହୋଇଥିଲା । ଫ୍ୟାନ୍ସ ମଧ୍ୟ ଆମୀର କରୀନାଙ୍କ ଲୁକକୁ ପସନ୍ଦ କରିଥିଲେ ।

ଆପଣଙ୍କୁ କହିରଖୁଛୁ ଯେ, ଆମୀର ନିଜର ଗତ ବର୍ଷ ଜନ୍ମଦିନ ଅବସରରେ ଏହି ଫିଲ୍ମର ଘୋଷଣା କରିଥିଲେ । ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ଏହା ଅଫିସିଆଲ ହିନ୍ଦୀ ରିମେକ । ଏହି ଫିଲ୍ମର ନିର୍ଦ୍ଦେଶନା ଅଦ୍ୱେତ ଚନ୍ଦନ କରୁଛନ୍ତି । ଫିଲ୍ମ ଆଗାମୀ ବର୍ଷ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More