Only for Entertainment

ଯେତେବେଳେ ଶାହାରୁଖଙ୍କ ଘରକୁ ରାତ୍ରିଭୋଜନ ନିମନ୍ତ୍ରଣରେ ଯାଇ ନିଜେ ଟିଫିନ ନେଇ ଯାଇଥିଲେ ଆମୀର ଖାନ । ଜାଣନ୍ତୁ କାର୍ହିକି ଏପରି କରିଥିଲେ ମିଷ୍ଟର ପର୍ଫେକ୍ସନିଷ୍ଟ ।

ndtv
21

ଶାହାରୁଖ ଖାନ ଏବଂ ଆମୀର ଖାନ ବଲିଉଡର ଦୁଇ ପ୍ରସିଦ୍ଧ କଳାକାର । ଜଣେ ମିଷ୍ଟର ପର୍ଫେକ୍ସନିଷ୍ଟ ତ ଅନ୍ୟ ଜଣେ ବଲିଉଡର କିଙ୍ଗ ଖାନ । ଦୁଇଜଣଙ୍କୁ ନେଇ ବିିଭିନ୍ନ କଥା ଶୁଣିବାକୁ ମିଳିଥାଏ । ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମୟରେ ଆମୀର ଶାହାରୁଖଙ୍କୁ ନେଇ ଏକ ମଜାଦାର କଥା କହିଛନ୍ତି । ଆମୀର କହିଛନ୍ତିଯେ ଥରେ ଶାହାରୁଖ ତାଙ୍କୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । କିନ୍ତୁ ଯିବାବେଳେ ଆମୀର ନିଜ ପାଇଁ ଟିଫିନରେ ଖାଇବା ନେଇ ଯାଇଥିଲେ ।

ଆଜ୍ଞା ହଁ ଆମୀରଙ୍କ କହିବା ଅନୁସାରେ ମୁଁ ତାଙ୍କ ଘରକୁ ଯିବା ବେଳେ ମୋ ଟିଫିନ ସାଙ୍ଗରେ ନେଇ ଯାଇଥିଲି ଏବଂ ଏହା ମିଛ ନୁହେଁ ସତ । ଯେତେବେଳେ ଏପଲର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଟିମ କୁକଙ୍କୁ ଭାରତ ଆସିବାର ଥିଲା ସେତେବେଳେ ଶାହାରୁଖ ଆମକୁ ତାଙ୍କ ଘରେ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ଯେତେବେଳେ ଗୌରି ମୋତେ ଖାଇବା ପାଇଁ ପଚାରିଲେ ମୁଁ କହିଲି ମୁଁ ଖାଦ୍ୟ ଖାଇବି, କିନ୍ତୁ ମୁଁ ମୋ ଟିଫିନରେ ଥିବା ଖାଦ୍ୟ ଖାଇବି । କାରଣ ମୁଁ କଠୋର ଡାଇଟରେ ଅଛି । ଏହି ଘଟଣା ଦଙ୍ଗଲ ସୁଟିଂ ସମୟର । ଆମୀର ଦଙ୍ଗଲ ପାଇଁ ବୟସ୍କ ଦେଖାଯିବାର ଥିଲା ଏବଂ ସେଥିପାଇଁ ସେ ଏଭଳି ଡାଇଟ କରୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More