Only for Entertainment

ନିଜ ଅନ୍ଦାଜରେ ଶ୍ରମିକ ଦିବସ ପାଳିଲେ ଆମୀର, ଗାଁକୁ ଯାଇ ପାଇପଲାଇନ ପାଇଁ ଖୋଳିଲେ ମାଟି

YouTube
37

ମେ ୧ରେ ବିଶ୍ୱର ଅନେକ ଦେଶରେ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳନ କରାଯାଇଥାଏ । ତେବେ ଏହି ଦିନଟିକୁ ପାଳନ କରିବା ପାଇଁ ଅଭିନେତା ଆମୀର ଖାନ୍‌ ମହାଶ୍ରମଦାନ କରିଥିଲେ । ଶ୍ରମିକ ଦିବସରେ ଆମୀର ଖାନ୍‌ଙ୍କୁ ଦିନ ମଜୁରିଆ ଭଳି କାମ କରୁଥିବାର ଦେଖା ଯାଇଥିଲା । ଏକ ଗାଁରେ ପାଣି ପାଇପ୍‌ଲାଇନ୍‌ ପାଇଁ ମାଟି ଖୋଳା ଯାଉଥିବା ବେଳେ ଆମୀର ଖାନ୍‌ଙ୍କୁ ମାଟି ଖୋଳୁଥିବାର ଦେଖା ଯାଇଥିଲା । ଯାହାର ଫଟୋ ଆମୀର ନିଜେ ସୋସିଆଲ ମିଡିଆରେ ସେୟାର କରିଥିଲେ । ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସକୁ ନିଜ ଅନ୍ଦାଜରେ ପାଳନ କରିବା ସହ ଫଟୋ ସେୟାର କରି ଶୁଭକାମନା ଜଣାଇଥିଲେ ଆମୀର ।


ସୂଚନା ମୁତାବକ, ନିଜର ଏନ୍‌ଜିଓ ପାନି ଫାଉଣ୍ଡେସନ ଦ୍ୱାରା ଆୟୋଜିତ କରାଯାଇଥିବା କାର୍ଯ୍ୟକ୍ରମରେ ଏକ ଗାଁରେ ଯାଇ ପହଞ୍ଚିଥିଲେ । ଖରାତାପକୁ ଖାତିର ନ କରି ଆମୀର ଫାଓ୍ଵଡ଼ା ଧରି ମାଟି ଖୋଳିଥିଲେ । ଏହି ସମୟରେ ତାଙ୍କ ପତ୍ନୀ କିରଣ ରାଓ ମଧ୍ୟ ତାଙ୍କ ସହ ଥିବା ଦେଖା ଯାଇଥିଲା । ତେବେ ଆମୀରଙ୍କର ଏଭଳି କାମର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ତାଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More