Only for Entertainment

ଜୁହିଙ୍କ ସହିତ ସୁପରହିଟ ଯୋଡ଼ି, କିନ୍ତୁ ନାରାଜ ଅମୀର ୭ ବର୍ଷ ପର୍ଯ୍ୟନ୍ତ କଥା ବନ୍ଦ କରି ଦେଇଥିଲେ ।

aajtak
38

ବଲିଉଡର ମିଷ୍ଟର ପର୍ଫେକ୍ସନିଷ୍ଟ ଏବେ ରୁବରୁ ରୋଶନୀକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଯେଉଁଥିରେ କ୍ଷମା ଭାବନାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଯାହାକୁ ଦେଖିବା ପରେ ସୋସିଆଲ ମିଡିଆରେ ଲୋକ ନିଜର ମନଭାବ ପରିବର୍ତ୍ତନ ହେବା କଥା ଜଣାଉଛନ୍ତି ଏବଂ ଅମୀରଙ୍କର ଖୁବ ପଶଂସା କରୁଛନ୍ତି । ଏହି ମଧ୍ୟରେ ଅମୀରଙ୍କୁ ନେଇ ଆସିଛି ଅନ୍ୟ ଏକ ଖବର । ଯେଉଁଥିରେ ଅମୀର କହିଛନ୍ତି ଜୁହି ଚାୱଲାଙ୍କ ବିଷୟରେ ।

ବାସ୍ତବରେ ଫିଲ୍ମ ଇସ୍କ ସୁଟିଂ ସମୟରେ ଅମୀର ଏବଂ ଜୁହି ଚାୱଲାଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଝଗଡ଼ା ହୋଇ ଯାଇଥିଲା । ଝଗଡ଼ା ଏତେ ବଢି ଯାଇଥିଲାଯେ ଦୁଇଜଣ ପରସ୍ପରଠାରୁ ୫୦ଫୁଟ ଦୂରରେ ରହୁଥିଲେ । ୭ ବର୍ଷ ପର୍ଯ୍ୟନ୍ତ ଦୁଇଜଣ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ । କେବଳ କାମ ବିଷୟରେ ହିଁ କଥା ହେଉଥିଲେ । ୨୦୦୩ରେ ଏହି ଝଗଡ଼ାର ସମାଧାନ ହେଲା । ଯେତେବେଳେ ଅମୀର ଏବଂ ତାଙ୍କ ପ୍ରଥମ ପତ୍ନୀ ରୀନାଙ୍କ ଛାଡ଼ପତ୍ର ଖବର ଆସିଲା । ସେତେବେଳେ ଜୁହି ଦୁଇଜଣଙ୍କୁ ଖୁବ ବୁଝାଇଥିଲେ ଏବଂ ଅମୀର ନିକଟକୁ ମଧ୍ୟ ଯାଇଥିଲେ । ତେଣୁ ଅମୀର କୁହନ୍ତିଯେ ମୋ ଖରାପ ସମୟରେ ଜୁହି ମୋ ସହିତ ଛିଡ଼ା ହୋଇଥିଲେ । ତେଣୁ ମୁଁ ଖୁବ ଖୁସି ।

ଅମୀର ଏବଂ ଜୁହିଙ୍କ ଯୋଡ଼ି ଏକ ସମୟରେ ସୁପରହିଟ ଥିଲା । ଦୁଇଜଣ ଏକା ସାଙ୍ଗରେ ଏକାଧିକ ଫିଲ୍ମରେ ନଜର ଆସିଛନ୍ତି । କୟାମତ ସେ କୟାମତ ତକ ସେମାନଙ୍କର ପ୍ରଥମ ଫିଲ୍ମ ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More