Only for Entertainment

ଅମିରଙ୍କ ‘ମହାଭାରତ’ରେ କ’ଣ ଦ୍ରୋପଦୀ ଭୂମିକାରେ ନିଜର ଆସିବେ ବଲିଉଡର ଏହି ଟପ ଅଭିନେତ୍ରୀ ? ଜାଣନ୍ତୁ

Republic World
0 68

ଅମିର ଖାନଙ୍କ ହାଇ ବଜେଟ ଫିଲ୍ମ ମହାଭାରତକୁ ନେଇ କିଛି ସମୟରୁ ଚର୍ଚ୍ଚା ଲାଗିରହିଛି । ଏହି ଫିଲ୍ମର ବଜେଟ ୧୦୦୦କୋଟି ବୋଲି ସୂଚନା ମିଳିଛି । ଅମିରଙ୍କ ଏହି ଫିଲ୍ମ ଦେଶର ସବୁଠାରୁ ବଡ ବଜେଟର ପୌରାଣିକ ଫିଲ୍ମ ହେବ ।

ଖବର ଅନୁସାରେ ଅମିର ଫିଲ୍ମରେ ଶ୍ରୀକୃଷ୍ଣଙ୍କ ଭୂମିକାରେ ନଜର ଆସିବେ । ଡେକାନ କ୍ରୋନିକାଲର ରିପୋର୍ଟ ଅନୁୂସାରେ ଫିଲ୍ମରେ ଦୀପିକାଙ୍କୁ ଦ୍ରୋପଦୀ ଭୂମିକାରେ ନେବା ପାଇଁ ଅମିର ଇଚ୍ଛା ପ୍ରକାଶ କରିଛନ୍ତି । କିନ୍ତୁ ପଦ୍ମାବତ ବିବାଦ ପରେ ସେ ଏହି ଫିଲ୍ମ ଅଭିନୟ କରିବା ପାଇଁ ଅନୁମତି ଦେବେ କି ନାହିଁ କହିବା କଷ୍ଟକର ।

deepika-padukone

ଅନ୍ୟପକ୍ଷରେ କିଛି ଦିନ ପୂର୍ବେ ଅମିରଙ୍କ ଶ୍ରୀକୃଷ୍ଣ ଭୂମିକାକୁ ନେଇ ବିରୋଧ ସ୍ୱର ଉଠିଥିଲା । ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ ଅମିର ନିଜ ତରଫରୁ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିବା ପାଇଁ ମନାକରିଦେଇଥିଲେ ।

ଅନ୍ୟ ଏକ ରିପୋର୍ଟ ଅନୁସାରେ ଅମିରଙ୍କ ମତରେ ଦିନ୍ଦୁ ପୌରାଣିକ ଖୁବ ଜଟିଳ ଏବଂ ସେ ଏହି ସିରିଜରେ କାମ କରିବା ପାଇଁ ପୁଣିଥରେ ଚିନ୍ତା କରିବେ । ପଦ୍ମାବତ ବିବାଦକୁ ନଜରରେ ରଖି ସେ ଏହି ମାମଲା ଠାରୁ ଦୂରରେ ରହିବା ପାଇଁ ଚାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More