Only for Entertainment

ପ୍ରଥମଥର ପାଇଁ ବଲିଉଡରେ ଏକାଠି କାମ କରିପାରନ୍ତି ଆମିର୍ ଖାନ୍ ଓ ଆଲିଆ ଭଟ୍ଟ ।

NYOOOZ
0 55

ବଲିଉଡ ଜଗତରେ ଏବେ ଚର୍ଚ୍ଚା ହେଉଛି କି ଆମିର୍ ଖାନ୍ ଓ ଆଲିଆ ଭଟ୍ଟ ଏକାଠି କରି ପାରନ୍ତି କାମ । ଶୁଣିବାକୁ ମିଳିଛି ଏହି ଦୁଇ ଲୋକପ୍ରିୟ ତାରକା ଏକ ସିନେମାରେ ଏକାଠି ଅଭିନୟ କରି ପାରନ୍ତି । ଆଧ୍ୟାତ୍ମିକ ଗୁରୁ ଓସୋଙ୍କ ଜୀବନୀ ଉପରେ ପ୍ରସ୍ତୁତ ହେବାକୁ ଥିବା ଏକ ସିନେମାରେ ଆମିର୍ ଓ ଆଲିଆ ପ୍ରଥମ ଥର ପାଇଁ ଏକାଠି ନଜର ଆସି ପାରନ୍ତି ।

ଏହି ସିନେମାର ନିର୍ଦ୍ଦେଶନା ଦେବେ ସକୁନ୍ ବତ୍ରା । ଫିଲ୍ମରେ ଓସୋଙ୍କ ଚରିତ୍ରକୁ ପରଦାରେ ତୁଲାଇବେ ଆମିର୍ ଏବଂ ଆଲିଆ ସାଜିବେ ଓସୋଙ୍କ ସେକ୍ରେଟାରୀ ମାଆ ଆନନ୍ଦ ସୀଲା । ଓସୋ ନିଜର ପୁରୁଣା ସେକ୍ରେଟାରୀଙ୍କୁ ବାହାର କରି ଆନନ୍ଦ ସିଲାଙ୍କୁ ନିୟୋଜିତ କରିଥିଲେ । ଆଉ ଆନନ୍ଦ ସୀଲା ଏଭଳି ଓସୋଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ଯେ, ସେ ମର୍ଡର୍ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ ।

ଯେତେବଳେ ଆନନ୍ଦ ସିଲା ତାଙ୍କୁ ଛାଡି ଚାଲିଯାଇଥଲେ, ସେତେବେଳେ ଓସୋ ତାଙ୍କ ମୌନ ବ୍ରତ ଭାଙ୍ଗିଥିଲେ । ଏବଂ ତାଙ୍କ ବିରୋଧରେ ଅନେକ ଅଭିଯୋଗ ମଧ୍ୟ ଆଣିଥିଲେ । ଏହି କାହାଣୀକୁ ନେଇ ପ୍ରସ୍ତୁତ ହେବାକୁ ଥିବା ସିନେମାରେ ଆମିର୍ ଓ ଆଲିଆଙ୍କୁ ଦେଖିବାକୁ ମିଳିବ ବୋଲି ଖବର ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More