Only for Entertainment

ଆମୀର ଖାନ ଅଜୟଙ୍କ ବାପାଙ୍କ ଦେହାନ୍ତକୁ ନେଇ ସୋସିଆଲ ମିଡିଆରେ ଏପରି ଜଣାଇଲେ ଶ୍ରଦ୍ଧାଂଜଳୀ !

30

ବଲିଉଡ ପ୍ରସିଦ୍ଧ ଆକ୍ସନ କୋରିଓଗ୍ରାଫର ଏବଂ ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବାପା ବୀରୁ ଦେବଗନଙ୍କର ଗତକାଲି ନିଧନ ହୋଇଯାଇଛି । ରିପୋର୍ଟ ମୁତାବକ ତାଙ୍କ ଶରୀର ଅସୁସ୍ଥ ଥିଲା । ତାଙ୍କୁ ମୁମ୍ବାଇର ସାନ୍ତାକ୍ରୁଜର ସୂର୍ଯ୍ୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବୀରୁ ଦେବଗନଙ୍କ ଦେହାନ୍ତ କାରଣରୁ ସମ୍ପୂର୍ଣ୍ଣ ପରିବାର ଶୋକାକୂଳ ଅବସ୍ଥାରେ ରହିଛି । ବଲିଉଡ ଜଗତ ଅଜୟଙ୍କ ଏହି କଠିନ ସମୟରେ ସାଥୀ ହୋଇଛି । ଖବର ସାମ୍ନାକୁ ଆସିବା ପରେ ଅନେକ କଳାକାର ଅଜୟଙ୍କ ଘରେ ପହଂଚି ଶ୍ରଦ୍ଧାଂଜଳୀ ଦେଇଥିଲେ । ଏହାବ୍ୟତୀତ ଅନେକ କଳାକାର ସୋସିଆଲ ମିଡିଆ ଜରିଆରେ ମଧ୍ୟ ବୀରୁ ଦେବଗନଙ୍କ ନିଧନକୁ ନେଇ ଶୋକ ଜଣାଇଛନ୍ତି । ଏହି ତାଲିକାରେ ଆମୀର ଖାନଙ୍କ ନା’ ସାମିଲ ରହିଛି ।

ଆମୀର ଖାନ ଟ୍ୱିଟ କରି ଶ୍ରଦ୍ଧାଂଜଳୀ ଜଣାଇଛନ୍ତି । ଅଜୟ ଏବଂ ଆମୀର ଦୁହେଁ ଏକାଠି ୧୯୯୭ରେ ଇଶ୍କ ଫିଲ୍ମରେ ଏକାସହ କାମ କରିଥିଲେ , ସେହିଠାରୁ ହିଁ ତାଙ୍କର ଘନିଷ୍ଠତା ବଢିଥିଲା । ଏହି ଫିଲ୍ମକୁ ଆଜି ମଧ୍ୟ ଦର୍ଶକ ଖୁବ ପସନ୍ଦ କରନ୍ତି । ତେବେ ଏଠାରେ ଆମେ କହି ରଖୁଛୁ ଯେ ଅଜୟ ଦେବଗନ ବାପାଙ୍କ ଦେହାନ୍ତ ଖବର ଟ୍ରେଂଡ ଆନାଲିଷ୍ଟ ତରଣ ଆଦର୍ଶ ଶେୟାର କରି ଜଣାଇଥିଲେ ।

ବୀରୁ ଦେବଗନ ବଲିଉଡ ଫିଲ୍ମରେ ଅଭିନେତା, ନିର୍ଦ୍ଦେଶକ, ଲେଖକ, ପ୍ରଡ୍ୟୁସର ହୋଇ ମଧ୍ୟ କାମ କରିଥିଲେ । ସେ ନିଜ କ୍ୟାରିଅରରେ ପାଖାପାଖି ୮୦ରୁ ଅଧିକ ଫିଲ୍ମ ରେ ଷ୍ଟଂଟ ଏବଂ ଆକ୍ସନ କୋରିଓଗ୍ରାଫି ରୂପେ ପରିଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More