Only for Entertainment

ଅମୀରଙ୍କୁ ଦେଖିବା ପାଇଁ ଚୀନୀ ବିଶ୍ୱ ବିଦ୍ୟାଳୟରେ ଭିଡ଼ ଜମିଲା,ସ୍ଥିତି ଅସମ୍ଭାଳ ପାଇଁ ରବ୍ଦ ହେଲା କାର୍ଯ୍ୟକ୍ରମ ।

26

ଯେତେବେଳେ ଇଂଟରନେସନାଲ ଫ୍ୟାନ୍ସଙ୍କ କଥା ଆଲୋଚନା କରାଯାଏ ଅମୀର ଖାନଙ୍କ ନାମ ପ୍ରଥମେ ଆସେ । ଅମୀରଙ୍କ ପ୍ରାୟ ସମସ୍ତ ଫିଲ୍ମ ୱାର୍ଲଡ ୱାଇଲଡ ଭଲ କଲେକ୍ସନ କରେ । ଏବେ ଅମୀରଙ୍କ ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତନ ଚୀନରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ପ୍ରମୋଶନ ପାଇଁ ଅମୀର ଗୋଟିଏ ଦିନର ରୋଡ ଶୋ କରିବେ । ବିଶେଷ କରି ଚୀନରେ ଅମୀରଙ୍କ ଖୁବ ପସନ୍ଦ କରାଯାଏ । କାରଣ ସେଠାରେ ତାଙ୍କର ଫ୍ୟାନ ଫଲୋଇଙ୍ଗ ଅଧିକ । କେବେ କେବେ ଏହି ଲୋକପ୍ରିୟତା କାରଣରୁ ଅମୀର ସମସ୍ୟାରେ ପଡ଼ିଯାଆନ୍ତି ।

ନିକଟରେ ଅମୀରଙ୍କୁ ଚୀନର ଏକ ବିଶ୍ୱ ବିଦ୍ୟାଳୟରେ ଆଗାମୀ ଫିଲ୍ମର ପ୍ରମୋଶନର ପ୍ରଚାର କରିବାକୁ ନେଇ ରବ୍ଦ କରିବାକୁ ପଡ଼ିଲା । ଏଥିପାଇଁ ତାଙ୍କୁ ଚୀନର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । କିନ୍ତୁ ସେଠାରେ ଫ୍ୟାନ୍ସଙ୍କ ଭିଡ଼ ଏତେ ମାତ୍ରାରେ ଜମିଲାଯେ ମାହୋଲ ପୂରା ବଦଳିଗଲା ଓ ସ୍ଥିତିକୁ ସମ୍ଭାଳିବା କଷ୍ଟକର ହୋଇଗଲା ।

ଅମୀରଙ୍କୁ ଗୁଆଁଗଂଜୋ ବିଶ୍ୱ ବିଦ୍ୟାଳୟକୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା । ଯେମିତି କଥା ସହରରେ ଖେଳିଗଲା ଲୋକଙ୍କ ଉତ୍କଣ୍ଠା ବଢିଗଲା ଅମୀରଙ୍କୁ ଦେଖିବାକୁ । ବାଧ୍ୟ ହୋଇ କାର୍ଯ୍ୟକ୍ରମକୁ ରବ୍ଦ କରାଗଲା । ସମାରୋହ ପରେ ଅଭିନେତାଙ୍କ ପ୍ରଚାର ପାଇଁ ଅମୀରଙ୍କ ପାଇଁ ସୁରକ୍ଷା ଅଧିକ ବଢାଇ ଦିଆଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More