Only for Entertainment

‘ସଂଜୁ’ ଦେଖିବା ପରେ ଅମିର ଖାନଙ୍କ ପ୍ରତିକ୍ରିୟା, କହିଲେ ଭାବୁକ କରିଦେବା ପରି କାହଣୀ ।

firstpost
0 61

ସଂଜୟ ଦତ୍ତଙ୍କ ବାୟୋପିକ ସଂଜୁ ରିଲିଜ ହୋଇସାରିଛି । ଫିଲ୍ମରେ ସଂଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରିଥିବା ରଣବୀର କପୁରଙ୍କ ଖୁବ ପ୍ରଶଂସା ହେଉଛି । ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ସଂଜୟ ଦତ୍ତଙ୍କ ଫିଲ୍ମ ସଂଜୁ ଦେଖିବା ପରେ ନିଜ ବିଚାରକୁ ଟ୍ୱିଟ କରି ସେୟାର କରିଛନ୍ତି ।


ଟ୍ୱିଟ କରି ଅମିର ଲେଖିଥିଲେ, ‘ସଂଜୁ ବହୁତ ପସନ୍ଦ ଆସିଲା । ଏକ ପିତା ଓ ପୁଅ ଏବଂ ଦୁଇ ବନ୍ଧୁଙ୍କ ଭାବଭରା କାହାଣୀ । ରଣବୀର ଚମତ୍କାର ଅଭିନୟ କରିଛନ୍ତି ଏହାସହିତ ଭିକି କୌଶଲ ମଧ୍ୟ ମୋତେ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ’ ଏହା ସହିତ ଅମିର ରାଜକୁମାର ହିରାନୀଙ୍କୁ ଏତେ ସୁନ୍ଦର ଫିଲ୍ମ ନିର୍ମାଣ କରିବା ପାଇଁ ଧନ୍ୟବାଦ ଜଣାଇଛନ୍ତି । ତେବେ ସଂଜୁ ଦେଖିବା ପରେ ସମସ୍ତେ ରଣବୀର କପୁରଙ୍କ ଅଭିନୟ ଏବଂ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାକୁ ଖୁବ ପସନ୍ଦ କରିଛନ୍ତି ।

ଫିଲ୍ମରେ କୌଣସି ବଡ ତାରକା ନିଜର ଆପିୟରାନ୍ସ ଦେଇନାହାଁନ୍ତି ସତ କିନ୍ତୁ ଫିଲ୍ମରେ ଶାହରୁଖ ଏବଂ ଅମିର ଖାନଙ୍କ ବିଷୟରେ କୁହାଯାଇଛି । ସଂଜୁର ଏକ ସିନରେ ସଂଜୟ ଦତ୍ତ ପିତା ସୁନିଲ ଦତ୍ତଙ୍କ ସହିତ ନିଜ କ୍ୟାରିୟର ଗ୍ରାମ କମୁଥିବା ବିଷୟରେ ଆଲୋଚନା କରୁଥିବାର ଦେଖିବାକୁ ମିଳିଛି । ଏହି ସିନରେ ହିଁ ଶାହାରୁଖ ଏବଂ ଅମିର ଖାନଙ୍କ ବିଷୟରେ କୁହାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More