Only for Entertainment

ଅପେକ୍ଷାର ହେଲା ଅନ୍ତ, ସାମ୍ନାକୁ ଆସିଲା ‘ଠଗ୍ସ ଅଫ ହିନ୍ଦୋସ୍ତାନ’ରେ ଅମିର ଖାନଙ୍କ ଲୁକ ।

zee news
0 43

ୟଶ ରାଜ ପ୍ରଡକ୍ସନରେ ନିର୍ମିତ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ର ସମସ୍ତ କଳାକାରଙ୍କର ଲୁକ ସାମ୍ନାକୁ ଆସିଥିବା ବେଳେ ଅମିର ଖାନଙ୍କ ଲୁକକୁ ସମସ୍ତେ ଅପେକ୍ଷା କରି ରହିଥିଲେ । ଶେଷରେ ଅମିର ଖାନ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ରେ ନିଜର ଲୁକର ଖୁଲାସ କରିଛନ୍ତି ।ଏହି ମୋଶନ ପୋଷ୍ଟରକୁ ଅମିର ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଲୁକରେ ଅମିର ଖାନ ଖୁବ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ।

 

ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ରେ ଅମିର ଖାନ ଫିରଙ୍ଗି ମଲ୍ଲାହ ଚରିତ୍ରରେ ନଜର ଆସିବେ । ଇଂଷ୍ଟାଗ୍ରାମରେ ନିଜର ଲୁକକୁ ସେୟାର କରି ଅମିର ଖାନ ଲେଖିଥିଲେ, ‘ଇଏ ହେଇଛି ମୁଁ, ଫିରଙ୍ଗି ମଲ୍ଲାହ । ମୋ ଠାରୁ ଅଧିକ ଭଲ ବ୍ୟକ୍ତି ଏହି ଦୁନିଆରେ ଆପଣଙ୍କୁ ମିଳିବେ ନାହିଁ । ମୋର ଦ୍ୱିତୀୟ ନାମ ହେଉଛି ସତ । ଏବଂ ବିଶ୍ୱାସ ଆମର ଖାମ.. ଦାଦୀ କସମ !!!’ ଅମିର ଖାନଙ୍କ ଲୁକ ସହିତ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ର ଟ୍ରେଲର ଡେଟ ମଧ୍ୟ ସାମ୍ନାକୁ ଆସିଛି । ୨୭ ସେପ୍ଟେମ୍ବରରେ ଫିଲ୍ମରେ ଟ୍ରେଲର ରିଲିଜ ହେବ ।

thugs-look

ଏହା ପୂର୍ବରୁ ଫିଲ୍ମରେ ଅମିତାଭ ବଚ୍ଚନ, କ୍ୟାଟ୍ରିନା କୈଫ ଏବଂ ଫାତିମା ସନା ଶେଖଙ୍କ ଲୁକ ସାମ୍ନାକୁ ଆସିଥିଲା ଯାହାକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଫିଲ୍ମ ଚଳିତ ବର୍ଷ ୮ ନଭେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More