Only for Entertainment

‘ଠଗ୍ସ ଅଫ ହିନ୍ଦୁସ୍ତାନ’କୁ ନେଇ ମୁହଁ ଖୋଲିଲେ ଅମୀର, କିଛି ଏଭଳି ଅନ୍ଦାଜରେ ଆସିବେ ନଜର !

youtube
0 38

ବଲିଉଡ ପରଫେକ୍ସନିସ୍ଟ ଅମୀର ଖାନ କିଛି ଦିନ ହେବ ନିଜର ଆଗାମୀ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’କୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । ଫିଲ୍ମରେ ଅମୀରଙ୍କ ସହ ଅମିତାଭ ବଚ୍ଚନ, କ୍ୟାଟରିନା କୈଫ, ଫତିମା ସନା ଶେଖ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଏହି ଫିଲ୍ମରେ ଅମୀରଙ୍କ ଭୂମିକାକୁ ନେଇ ଆପଣମାନଙ୍କ ମନରେ ନିଶ୍ଚୟ ରୂପେ ଅନେକ ପ୍ରଶ୍ନ ଆସୁଥିବ । ଯଦି ହଁ ତେବେ ଆପଣ ଆଉ ଚିନ୍ତା କରନ୍ତୁ ନାହିଁ । ଅମୀର ନିଜେ ତାଙ୍କର ଭୂମିକା ବିଷୟରେ କହିଛନ୍ତି ।

thugs-of-hindostan_1512533415

‘ଠଗ୍ସ ଅଫ ହିନ୍ଦୁସ୍ତାନ’ଫିଲ୍ମ ବିଷୟରେ କଥା ହେଲେ ବେଳେ ଅମୀର କହିଛନ୍ତି ତାଙ୍କ ଭୂମିକା ବିଷୟରେ, ଯାହା ଶୁଣି ଆପଣ ସହଜରେ ବିଶ୍ୱାସ କରି ପାରିବେ ନାହିଁ । ତାଙ୍କର ଭୂମିକା ଏପରି ଯେ ସେ ଟଙ୍କା ପାଇଁ କିଛି ବି କରି ପାରନ୍ତି ଏପରିକି ନିଜ ମା’ଙ୍କୁ ବିକିବା ପାଇଁ ମଧ୍ୟ ପଛାଇବେ ନାହିଁ । ସେ ବିଲକୁଲ ଦଂଗଲର ବିପରୀତ ଭୂମିକା ଏଠାରେ ତୁଲାଇଛନ୍ତି ବୋଲି ଅମୀର ନିଜ ମୁହଁରେ କହିଛନ୍ତି ।

s-of-hindostan_1505376375

ଏଠାରେ ଆମେ କହି ରଖୁଛୁ ଯେ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ ଫିଲ୍ମରେ ଅମୀର ଖାନଙ୍କ ସହ ବିଗ ବି ମଧ୍ୟ ନଜର ଆସିବେ । ଅମୀର ଠଗଙ୍କ ପରମ୍ପରାକୁ ନିର୍ବାହ କରୁଥିବା ପିଢିର ମୁଖ୍ୟ ଅଛନ୍ତି ଏବଂ ବିଗ ବି ଜଣେ ସିନିଅର ସମୁଦ୍ର ଲୁଟେରାର ଅଭିନୟ କରିଛନ୍ତି । ଏହି ଫିଲ୍ମ ୨୦୧୮ ଦିପାବଳୀ ମହୋତ୍ସବ ସମୟରେ ରିଲିଜ ହେବ ବୋଲି ଅନୁମାନ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More