Only for Entertainment

ଅର୍ଥ ରୋଜଗାର ପାଇଁ ଫିଲ୍ମ କରିନଥାନ୍ତି ଅମିର, ଏହା ହେଉଛି ଉଦ୍ଦେଶ୍ୟ

aa
0 46

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ଫିଲ୍ମ ଦୁନିଆରେ ୩୦ ବର୍ଷ ପୁରା କରିସାରିଲେଣି । ଅମିରଙ୍କ କହିବା ଅନୁସାରେ ସେ ଭଲ କାହାଣୀ ଆଧାରିତ ଫିଲସ୍ମରେ କାମ କରନ୍ତି । ଫିଲ୍ମ ଚୟନକୁ ନେଇ ପଚରାଯାଇଥିବା ପ୍ରଶ୍ନରେ ଅମିର କହିଥିଲେ, ଯେଉଁ ଫିଲ୍ମର କହାଣୀ ଉପରେ ମୋର ବିଶ୍ୱାସ ଥାଏ ମୁଁ ସେପରି ଫିଲ୍ମ କରିଥାଏ । ମୁଁ କମର୍ଶିୟାଲ ଫିଲ୍ମ ଏବଂ ବିଷୟ ପ୍ରଧାନ୍ୟ ଫିଲ୍ମକୁ ଅଲଗା ଭାବେ ନାହିଁ । ଯେଉଁ ଥିରେ ମୋର ଭରସା ଥାଏ ମୁଁ ସେହି ଫିଲ୍ମ ଉପରେ ଫୋକସ କରିଥାଏ ।

Aamir-Mahabharat

ଏହା ସହିତ ଅମିର କହିଥିଲେ ଯଦି ମୁଁ ‘ତଲାଶ’ ପରି ଫିଲ୍ମକୁ ଚୟନ କରୁଛି ତେବେ ଏହା ମୁଁ ଜାଣିଥାଏ ଯେ ଏହି ହିଟ ଫିଲ୍ମ ହେବ ନାହିଁ । କିନ୍ତୁ ଏହା କରିବା ଦ୍ୱାରା ମୋତେ ଆନନ୍ଦ ମିଳିଥାଏ ଏବଂ ସନ୍ତୁଷ୍ଟ ଅନୁଭବ ହୁଏ । ମୁଁ ଏହା ଭାବେନି ଯେ ମୋ ଫିଲ୍ମ ସାମାଜିକ ମାମଲା ଉପରେ ହେଉ । ମୁଁ କେବଳ ଭଲ ଫିଲ୍ମ ଚାହିଁଥାଏ ।

କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଥିଲେ ମୋ ଫିଲ୍ମ ସବୁ ସ୍ୱାଦର ହୋଇଥାଏ । ମୁଁ ଫିଲ୍ମର ସ୍କ୍ରିପ୍ଟକୁ ଅଡିଆନ୍ସ ପରି ଶୁଣିଥାଏ । ସ୍କ୍ରିପ୍ଟରେ ଏପରି କିଛି ରହିବା ଦରକାର ଯାହା ମୋତେ ଉତ୍ସହିତ କରିବ, ରୋମାଞ୍ଚକ ଲାଗିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More