Only for Entertainment

ପୂରା ହେବ ଖାନ ଫ୍ୟାନ୍ସଙ୍କ ଆଶା, ଖୁବ ଶୀଘ୍ର ଏହି ଫିଲ୍ମରେ ନଜର ଆସିବେ ୩ ଖାନ

The National
41

ବଲିଉଡରେ ତିନି ଖାନ ଅର୍ଥାତ ଆମୀର ଖାନ, ସଲମାନ ଖାନ ଏବଂ ଶାହରୁଖ ଖାନ ଖୁବ ଲୋକପ୍ରିୟ । ଏହି ତିନି ଖାନଙ୍କ ମଧ୍ୟରେ ଖୁବ ଗଭୀର ସମ୍ପର୍କ ରହିଛି । ଏହା ସହିତ ଲୋକେ ତିନି ଷ୍ଟାରଙ୍କୁ ଏକା ସହିତ ସ୍କ୍ରିନରେ ଦେଖିବା ପାଇଁ ଫ୍ୟାନ୍ସ ମଧ୍ୟ ଅପେକ୍ଷା କରି ରହିଛନ୍ତି । ଫ୍ୟାନ୍ସଙ୍କ ଏହି ଅପେକ୍ଷା ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି ।

ଖବର ଅନୁସାରେ ତିନି ଖାନଙ୍କୁ ବଡ ପରଦାରେ ଦେଖିବାର ସ୍ୱପ୍ନ ପୂରା ଦେବାକୁ ଯାଉଛି । ଆଜ୍ଞା ହଁ, ଆମୀର ଖାନଙ୍କ ଫିଲ୍ମରେ ‘ଲାଲା ସିଂ ଚଢା’ରେ ଆମୀର ଖାନଙ୍କ ସହିତ ଆପଣ ସଲମାନ ଖାନ ଏବଂ ଶାହରୁଖ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

 

View this post on Instagram

 

Kya pata hum mein hai kahani, ya hain kahaani mein hum…

A post shared by Aamir Khan (@_aamirkhan) on

କହିରଖୁଛୁ ଯେ, ଆମୀର ଖାନଙ୍କ ଏହି ଫିଲ୍ମ ୧୯୯୪ରେ ରିଲିଜ ହୋଇଥିବା ହଲିଉଡ ଫିଲ୍ମ ଫରେଷ୍ଟ ଗମ୍ପସର ରିମେକ । ଆଗାମୀ ବର୍ଷ ଏହି ଫିଲ୍ମ ପରଦାକୁ ଆସିବ । ଫିଲ୍ମରେ ଆମୀର ଖାନଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ କରୀନା କପୁର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More