Only for Entertainment

ଶାହାରୁଖ ଦେଇଥିବା ଉପହାରକୁ ୫ ବର୍ଷ ପର୍ଯ୍ୟନ୍ତ ଖୋଲି ନଥିଲେ ଆମୀର ।

Deccan Chronicle
40

ଗତବର୍ଷ ଆମୀର ଖାନ ଏବଂ ଶାହାରୁଖଙ୍କ ଫିଲ୍ମ କିଛି ଖାସ ପ୍ରଦର୍ଶନ କରିପାରିନଥିଲା । ତେବେ ଏବେ ଦୁଇଜଣ ନୂଆ ପ୍ରକଳ୍ପରେ ଜୁଟି ସାରିଛନ୍ତି । ଏହି ମଧ୍ୟରେ ସାମ୍ନାକୁ ଆସିଛି ଆମୀର ଖାନଙ୍କ ଏକ ଇଟରଭ୍ୟୁ । ଅମୀର ଅଭିନୟରେ ଖୁବ ପର୍ଫେକ୍ଟ । କିନ୍ତୁ ଟେକ୍ନୋଲୋଜିରେ ଏତେ ନୁହେଁ । ଆଜ୍ଞା ହଁ ଏକ ଇଂଟରଭ୍ୟୁରେ ଆମୀର କହିଛନ୍ତିଯେ ଯେ ଟେକ୍ନୋଲୋଜି କ୍ଷେତ୍ରରେ ସେ ଶାହାରୁଖଙ୍କ ଠାରୁ ଖୁବ ପଛରେ ।

ବାସ୍ତବରେ ଆମୀର ଏବଂ ଶାହାରୁଖ ଏକ ଶୋ ପାଇଁ ୟୁକେ ଯାଇଥିଲେ । ସେତେବେଳେ ଶାହାରୁଖ ତୋସିବାର ଏକ ଲ୍ୟାପଟପ କିଣିଲେ ଏବଂ ଆମୀରଙ୍କୁ ମଧ୍ୟ ଆଣିବା ପାଇଁ କହିଲେ । ତେବେ ଆମୀର କହିଲେଯେ ପ୍ରଥମେ ତ ମୁଁ ମନା କରୁଥିଲି, କିନ୍ତୁ ଶାହାରୁଖ ମୋ ପାଇଁ ମଧ୍ୟ ଏକ ଲ୍ୟାପଟପ ନେଇ ଆସିଲେ । ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବଯେ ମୁଁ ସେ ଲ୍ୟାପଟପ ଆଣିଲି ସତ କିନ୍ତୁ ୫ ବର୍ଷ ପର୍ଯ୍ୟନ୍ତ ଖୋଲିଲି ନାହିଁ । ଦିନେ ମୋ ମ୍ୟାନେଜର ଆସି କହିଲେ ସେ ଲ୍ୟାପଟପ ସେମିତି ପଡ଼ି ରହିଛି ମୁଁ ତାହାକୁ ବ୍ୟବହାର କରିବି କି? ମୁଁ କହିଲି ହଁ । କିନ୍ତୁ ଯେତେବେଳେ ସେ ଲ୍ୟାପଟପ ଖୋଲିଲେ ତାହା ଚାଲିଲା ନାହିଁ । କାରଣ ଜଙ୍ଗ ଲାଗି ଯାଇଥିଲା ।

ସୌଜନ୍ୟ amarujala
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More