Only for Entertainment

୨୮ ବର୍ଷ ପରେ ଅମିରଙ୍କ ସହିତ ନଜର ଆସିପାରନ୍ତି ଏହି ଅଭିନେତ୍ରୀ, ଏବେ ଦୁଇଟି ଛୁଆର ମା’ ।

Hindustan Times
0 58

ଯେଉଁମାନେ ଅଭିନେତା ଅମିର ଖାନ ଏବଂ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଏକା ସହିତ ପରଦାରେ ଦେଖିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଖୁସି ଖବର । ଖବର ଅନୁସାରେ ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ଆଗାମୀ ଫିଲ୍ମ ‘ଟୋଟାଲ ଧମାଲ’ରେ ଅଭିନେତା ଅମିର ଖାନ କାମିଓ ଭାବେ ନଜର ଆସିପାରନ୍ତି । ଯଦି ଏପରି ହୁଏ ତେବେ ୨୮ ବର୍ଷ ପରେ ଦର୍ଶକ ଅମିର ଖାନ ଏବଂ ମାଧୁରୀ ଦୀକ୍ଷିତଙ୍କୁ ଏକା ସହିତ ପରଦାରେ ଦେଖିବାକୁ ପାଇବେ । ଶେଷଥର ପାଇଁ ଦୁହେଁ ୧୯୯୧ରେ ଇନ୍ଦ୍ରଙ୍କ ଫିଲ୍ମ ‘ଦିଲ’ରେ ନଜର ଆସିଥିଲେ ।

Madhuri-Aamir

ଖବର ଅନୁସାରେ ଇନ୍ଦ୍ର କୁମାର ଏବଂ ଅମିରଙ୍କ ସହ ସାକ୍ଷାତ କରିଛନ୍ତି । କୁହାଯାଉଛି ଯେ ହୁହିଁଙ୍କର ଏହି ସାକ୍ଷାତ ଫିଲ୍ମ ‘ଟୋଟାଲ ଧମାଲ’ ପାଇଁ ହୋଇଛି । ଫିଲ୍ମରେ ଅମିର ସ୍ପେଶାଲ କାମିଓ ଭାବେ ନଜର ଆସିବେ । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଫିଲ୍ମରେ ଅନିଲ କପୁର ଏବଂ ଅମିର ଖାନ ଗୋଟିଏ ଟ୍ରାକରେ ନଜର ଆସିବେ ।

 

A glimpse of Paisa Yeh Paisa song from #TotalDhamaal. ?

A post shared by Ajay Devgn (@ajaydevgn) on

ଫିଲ୍ମର ଶୁଭ ମୁହରତ ନିର୍ଦ୍ଦେଶକ ଇନ୍ଦର କୁମାରଙ୍କ ସହିତ ଅମିର ଖାନ ମଧ୍ୟ ଉପସ୍ଥିତ ଥିଲେ । ଟୋଟାଲ ଧମାଲର ଷ୍ଟାର କାଷ୍ଟଙ୍କ ବିଷୟରେ କହିବାକୁ ଗଲେ ମାଧୁରୀ ଏବଂ ଅନିଲଙ୍କ ବ୍ୟତିତ ଫିଲ୍ମରେ ଅଜୟ ଦେବଗନ, ଅରଶଦ ବାର୍ଶି, ଜାବେଦ ଜାଫରୀ ଏବଂ ରିତେଶ ଦେଶମୁଖ ନଜର ଆସିବେ । କହିରଖୁଛୁ ଯେ ଇନ୍ଦ୍ର କୁମାରଙ୍କ ସହିତ ଅଜୟ ଦେବଗନ ମଧ୍ୟ ଫିଲ୍ମର ପ୍ରଡ୍ୟୁସର ଅଛନ୍ତି । ଫିଲ୍ମ ୭ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More