Only for Entertainment

ଫ୍ଲପ ଫିଲ୍ମ ପରେ ସାଧାରଣ ଜୀବନ ବିତାଉଛନ୍ତି ଆମୀର ଖାନ, ଫାଷ୍ଟ କ୍ଲାସ ଛାଡି ଇକୋନୋମୀରେ କଲେ ଯାତ୍ରା, ଦେଖନ୍ତୁ !

31

ବଲିଉଡ କଳାକାର ନିଜର ଭିନ୍ନ ଚାଲିଚଲଣରୁ ପରିଚିତ । ସେ ଲାଇଫଷ୍ଟାଇଲ ହେଉ କି ଟ୍ରାଭେଲ ହେଉ, ସବୁବେଳେ ସେମାନେ ଭଲରୁ ଭଲ ସୁବିଧା ଅସୁବିଧା ଉପଲବ୍ଧ କରନ୍ତି । କିନ୍ତୁ ଏହି ସମସ୍ତଙ୍କ ମଧ୍ୟ ଆମୀର ଖାନ କିଛି ନିଆରା କାମ କରିଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଆମୀର ସାଧାରଣ ଲୋକଙ୍କ ଭଳି ଇକୋନୋମୀ କ୍ଲାସରେ ଯାତ୍ରା କରୁଛନ୍ତି । ଆମୀର ଝରକା ପାଖ ସିଟରେ ବସିଥିବାର ନଜର ଆସିଥିଲେ । ଲୁକ ବିଷୟରେ କହିବାକୁ ଗଲେ ଆମୀର ଏକ କ୍ୟାପ ଲଗାଇଥିଲେ ଏବଂ ତାଙ୍କ ଆଖ ପାଖରେ ଥିବା ଲୋକ ତାଙ୍କୁ ଦେଖି ଖୁବ ଉତ୍ସାହିତ ମନେ ହେଉଥିଲେ ।

 

View this post on Instagram

 

#ripbusinessclass ? #aamirkhan

A post shared by Viral Bhayani (@viralbhayani) on

ସୂଚନାଯୋଗ୍ୟ, ଆମୀର ଏବେ ନିଜ ଅପକମିଂ ଫିଲ୍ମ ସୁଟିଂ ପାଇଁ ହିମାଚଳର ଧର୍ମଶାଳାରେ ଅଛନ୍ତି । ସେ ସଂଧ୍ୟା ୪ଟାରେ ଫ୍ଲାଇଟ ନେଇଥିଲେ । ଏୟାରପୋର୍ଟ ପାଖାପାଖି ସ୍ଥାନରେ ଥିବା ହୋଟେଲରେ ଆମୀର ରହୁଛନ୍ତି । ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ହଲିଉଡ ଫିଲ୍ମ ଫରେଷ୍ଟ ଗମ୍ପର ରିମେକ ‘ଲାଲ ସିଂ ଚଡ୍ଢା’ରେ ମୁଖ୍ୟ ଭୂମିକା ତୁଲାଇବେ ଆମୀର । ଏହାପୂର୍ବରୁ ଠଗ୍ସ ଅଫ ହିନ୍ଦୋସ୍ତାନ ରିଲିଜ ହୋଇଥିଲା । ଯାହା ବକ୍ସଅଫିସରେ ଫ୍ଲପ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More