Only for Entertainment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଆମୀର ଖାନଙ୍କ ଟ୍ୱିଟ, କହିଲେ ଏହି କଥା

WION
131

ଆମୀର ଖାନ ସବୁବେଳେ ସାମାଜିକ ମୁଦ୍ଦାକୁ ନେଇ ନିଜର ବୟାନ ଦେଇଥାନ୍ତି । ନିକଟରେ ଆମୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ଟ୍ୱିଟ କରିଛନ୍ତି । ଆମୀରଙ୍କ ଏହି ଟ୍ୱିଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଏହି ଟ୍ୱିଟକୁ ଲୋକେ ଖୁବ ପସନ୍ଦ କରୁଛନ୍ତି ।

ବଲିଉଡ ଅଭିନେତା ଆମୀର ଖାନ ମୋଦୀଙ୍କୁ ଟ୍ୟାଗ କରି ଲେଖିଥିଲେ, ‘ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସିଙ୍ଗିଲ ୟୁଜ ପ୍ଲାଷ୍ଟିକ’ର ବ୍ୟବହାରକୁ ଶେଷ କରିବାର ପ୍ରୟାସକୁ ଆମେ ସମର୍ଥନ କରିବା ଦରକାର । ଏହା ଆମ ସମସ୍ତଙ୍କର ଦାୟିତ୍ୱ । ଆମେ ସିଙ୍ଗିଲ ୟୁଜ ପ୍ଲାଷ୍ଟିକର ବ୍ୟବହାର ପୂରା ପୂରି ବନ୍ଦ କରିବା କରିବା ଦରକାର ।’ ଆମୀରଙ୍କ ଏହି ଟ୍ୱିଟକୁ ଲୋକେ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଆମୀର ଖାନ ଖୁବ ଶୀଘ୍ର ଫିଲ୍ମ ‘ଲାଲ ସିଂ ଚଢା’ରେ ନଜର ଆସିବେ । ଏହି ଫିଲ୍ମ ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ରୁ ପ୍ରେରିତ । ଫିଲ୍ମ ୨୦୨୦ରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More