Only for Entertainment

‘ଠଗ୍ସ ଅଫ ହିନ୍ଦୁସ୍ତାନ’ ପରେ ହଲିଉଡ ଫିଲ୍ମର ରିମେକରେ ନଜର ଆସିବେ କି ଅମିର ଖାନ ?

hindustantimes
0 51

ବଲିଉଡ ପରଫେକ୍ସନିଷ୍ଟ ଅମିର ଖାନ ଏବେ ନିଜର ଆଗାମୀ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ର ସୁଟିଂରେ ଏବେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ଅମିରଙ୍କ ସହିତ ଅମିତାଭ ବଚ୍ଚନ ଏବଂ କ୍ୟାଟ୍ରିନା କୈଫ ମଧ୍ୟ ନଜର ଆସିବେ । ଇତି ମଧ୍ୟରେ ଅମିରଙ୍କୁ ନଇ ଏକ ନୂଆ ଖବର ସମ୍ନାକୁ ଆସିଛି । ଖବର ଅନୁସାରେ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ ପରେ ଅମିର ଏକ ହଲିଉଡ ଫିଲ୍ମରେ ରିମେକରେ କାମ କରିବେ । ଏହି ଫିଲ୍ମ ଆଗାମୀ ବର୍ଷ ଦିପାବଳୀରେ ରିଲିଜ ହେବ ।

ଖବର ଅନୁସାରେ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ ପରେ ଅମିର ଫିଲ୍ମ ନିର୍ମାଣ କମ୍ପାନୀ ପରାମାଉଣ୍ଟ ପିକଚର୍ସ ତଳେ ନିର୍ମିତ ହେବାକୁ ଥିବା ହଲିଉଡ ରିମେକ ପ୍ରୋଜେକ୍ଟରେ କାମ କରିବେ । କିନ୍ତୁ ଏପର୍ଯ୍ୟନ୍ତ ଫିଲ୍ମର ନାମ ଘୋଷଣା କରାଯାଇନାହିଁ । ଏହା ସହିତ କେଉଁ ହଲିଉଡ ଫିଲ୍ମର ଏହା ରିମେକ ହେବ ତାହାର ନାମ ମଧ୍ୟ କୁହାଯାଇନାହିଁ ।

ଏହି ଫିଲ୍ମ ବ୍ୟତିତ ଅମିର କରଣ ଜୋହରଙ୍କ ଦ୍ୱାରା ନିର୍ଦ୍ଦେଶିତ ବାୟୋପିକ ଫିଲ୍ମ ‘ଓଶୋ’ରେ ମଧ୍ୟ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି । ଏହି ଫିଲ୍ମରେ ସେ ଆଚାର୍ଯ୍ୟ ରଜନୀଶ ଓଶୋଙ୍କ ଭୂମିକାରେ ନଜର ଆସିବେ । ‘ଠଗ୍ସ ଅଫ ହିନ୍ଦୁସ୍ତାନ’ର ସୁଟିଂ ପରେ ଅଫିସିଆଲ ଭାବେ ଏହି ଫିଲ୍ମର ଘୋଷଣା ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More