Only for Entertainment

ନିଜକୁ ନେଇ ଗର୍ବ କରନ୍ତି ନାହିଁ ମିଷ୍ଟର ପର୍ଫେକ୍ସନିଷ୍ଟ ଅମୀର ଖାନ,ଅମିତାଭ ବଚ୍ଚନଙ୍କ ସହିତ ଏମାନଙ୍କୁ ଭାବନ୍ତି ଅଭିନୟର ପାୱାର ହାଉସ ।

daily excelsior
0 71

ଅଭିନେତା ଅମୀର ଖାନ ନିଜକୁ ଏକମାତ୍ର ଅଭିନେତା ବୋଲି ଭାବନ୍ତି ନାହିଁ । ତାଙ୍କୁ ଇଣ୍ଡଷ୍ଟ୍ରିକୁ ଆସିବାର ୩୦ ବର୍ଷ ବିତିଯାଇଛି ଏବଂ ଏହାକୁ ନେଇ ସେ ଖୁବ ଉତ୍ସାହିତ ଅଛନ୍ତି । ଅମୀର ତାଙ୍କର ୩୦ ବର୍ଷ କ୍ୟାରିଅରକୁ ନେଇ କହିଛନ୍ତିଯେ ‘ମୋତେ କେବେ ମଧ୍ୟ ଅନୁଭବ ହୁଏ ନାହିଁଯେ ମୁଁ ଏକମାତ୍ର ଅଭିନେତା’ ।

ଅମୀର କହିଲେ,ମୁଁ ଯେବେ ଅନ୍ୟ କଳାକାରଙ୍କୁ ଦେଖେ,ଯେପରି ନସୀରୁଦ୍ଦିନ ଶାହ,ଓମ ପୁରୀ ସାର,କାୟରା ବସୀମ,ରଘୁବୀର ଯାଦବ,ଦିଲ୍ଲୀପ କୁମାର ଏବଂ ଅମିତାଭ ବଚ୍ଚନ, ଏ ସମସ୍ତେ ମୋତେ ଅଭିନୟର ପାୱାର ହାଉସ ଭଳି ମନେ ହୁଅନ୍ତି । ସେମାନଙ୍କ ଅଭିନୟ ସଂପୂର୍ଣ୍ଣ ପ୍ରାକୃତିକ ଲାଗେ ।

ଅମୀର ଏହା ମଧ୍ୟ କହିଛନ୍ତିଯେ ମୋତେ ଲାଗୁନିଯେ ମୋ ମଧ୍ୟରେ ସେ କଥା ରହିଛି । ମୋତେ ଲାଗେଯେ ସେହି ସ୍ତରରେ ପହଂଚିବା ପାଇଁ ମୋତେ କଷ୍ଟ କରିବାକୁ ପଡ଼ିଥାଏ । ମୁଁ ଅଭିନୟକୁ,ହ୍ୟୁମନ ସାଇକୋଲୋଜିକୁ ଉପଭୋଗ କରେ,କିନ୍ତୁ ଏହାସତ୍ତେ୍ୱ ସେହି ସ୍ଥାନରେ ପହଂଚିବା ପାଇଁ ମୋତେ ସମୟ ଲାଗିଥାଏ । ଦଙ୍ଗଲ ଫିଲ୍ମର ରିହର୍ସଲ ସମୟରେ କାୟରା ବସୀମ ଉଚ୍ଚାରଣ ଶୀଘ୍ର ଧରି ପାରିଥିଲେ,ମୋ ପୂର୍ବରୁ ମଧ୍ୟ । କିନ୍ତୁ ମୋତେ ୪ ମାସ ସମୟ ଲାଗିଥିଲା । ଏପରି ମଧ୍ୟ ସୁଟିଂ ସମୟରେ ଏହାକୁ ନେଇ ମୁଁ ଷ୍ଟ୍ରଗଲ କରୁଥିଲି । କାୟରାକୁ ଦେଖି ଏଭଳି ଲାଗୁଥିଲା ଯେପରି ସେ ଛୋଟବେଳରୁ ଏହି ଭାଷା କହି ଶିଖିଛି । ମୋତେ ପରିଶ୍ରମ କରିବାକୁ ପଡ଼ୁଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More