Only for Entertainment

ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କ ସହିତ ଡିଭୋର୍ସକୁ ନେଇ କହିଲେ ଆମୀର ଖାନ ।

aajtak
23

ଆକ୍ଟର ଆମୀର ଖାନ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନିଜ ପ୍ରଫେସନାଲ ଲାଇଫ ଠାରୁ ଦୂରରେ ରଖିଥାନ୍ତି ।ସେ ଦୁଇଟି ବିବାହ କରିଛନ୍ତି । ପ୍ରଥମେ ସେ ରୀନା ଦତ୍ତାଙ୍କୁ ୧୯୮୬ରେ ବିବାହ କରିଥିଲେ ଏବଂ ୨୦୦୨ରେ ଡିଭୋର୍ସ ପରେ ସେ ଡିପ୍ରେସନକୁ ଚାଲି ଯାଇଥିଲେ,ଏବଂ ଡିପ୍ରେସନରୁ ବାହାରିବା ପରେ ଆମୀର କିରନ ରାଓଙ୍କୁ ୨୦୦୫ରେ ବିବାହ କରିଥିଲେ । ତେବେ କଫି ୱିଦ କରନରେ ଆମୀର ନିଜ ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କୁ ନେଇ କହିଛନ୍ତି । ସେ କହିଛନ୍ତିଯେ ବହୁତ କମ ଲୋକ ଜାଣିଛନ୍ତିଯେ ରୀନା ଏବଂ କିରନ ପରସ୍ପର ଭଲ ସାଙ୍ଗ ।

ଆମୀର ୧୬ ବର୍ଷ ହେବ ରୀନାଙ୍କ ସହିତ ରିଲେସନସିପରେ ରହିଥିଲେ । ଆମୀରଙ୍କ କହିବା ଅନୁସାରେ ଯେତେବେଳେ ଦୁଇ ଜଣ ଅଲଗା ହେଲେ ପରିବାର ଭାଙ୍ଗିଗଲା । ଏହା ଖୁବ ଦୁଃଖଦ ଘଟଣା ଥିଲା । ଏହାପରେ ମଧ୍ୟ ଦୁଇ ଜଣ ମିଶି କଠିନ ପରିସ୍ଥିତିରେ ମଧ୍ୟ ସମାଧାନର ରାସ୍ତା ବାହାର କରିଥିଲେ । ଅଲଗା ହେବା ପରେ ମଧ୍ୟ ଦୁଇ ଜଣ ପ୍ରେମ ଏବଂ ସମ୍ମାନକୁ କେବେ ହେୟ ଜ୍ଞାନ କରିନଥିବା କଥା କହିଛନ୍ତି ଆମୀର । ଏହା ସହିତ ସେ ତାଙ୍କୁ ହୃଦୟରେ ସ୍ଥାନ ଦେଇଥିବାରୁ ସେ ରୀନାଙ୍କୁ ଧନ୍ୟବାଦ ଦେଇଛନ୍ତି । ଫିଲ୍ମ କୟାମତ ସେ କୟାମତ ତକ ସୁଟିଂ ସମୟରେ ଦୁଇଜଣ ବିବାହ କରିଥିଲେ ।ସେ ସମୟରେ ଦୁଇଜଣ ଖୁବ ୟ୍ଙ୍ଗ ଥିଲେ ।ତେବେ ଦ୍ୱିତୀୟ ପତ୍ନୀ କିରନ ଏବଂ ରୀନାଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି କରିବାରେ ତାଙ୍କର କୌଣସି ଭୂମିକା ନଥିବା କଥା ସେ ନିଜେ କହିଛନ୍ତି ।୨୦୦୫ରେ ଆମୀର କିରନଙ୍କୁ ବିବାହ କଲେ ।ରୀନାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । କିରନଙ୍କର ଗୋଟିଏ ପୁଅ ଅଛି ।

ୱର୍କଫ୍ରଂଟ କଥା କହିବା ତେବେ ଆମୀର ଖୁବଶୀଘ୍ର ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତାନରେ ନଜର ଆସିବେ । ଫିଲ୍ମରେ ତାଙ୍କ ସହିତ ଅମିତାଭ ବଚ୍ଚନ,କ୍ୟାଟ୍ରିନା କୈଫ ଏବଂ ଫାତିମା ସନା ସେଖ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More