Only for Entertainment

ରିଲିଜ ହେଲା ସ୍ତ୍ରୀର ଆଉ ଏକ ଗୀତ, ଦେଖିବାକୁ ମିଳିଲା ଭୂତମାନଙ୍କର ଦୁନିଆ ।

NDTV
0 18

ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଆଗାମୀ ହରର କମେଡି ଫିଲ୍ମ ‘ସ୍ତ୍ରୀ’କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଛି । ଏପର୍ଯ୍ୟନ୍ତ ଫିଲ୍ମର ଟିଜର, ଟ୍ରେଲର ଏବଂ ଗୀତ ଯାହା ସବୁ ରିଲିଜ ହୋଇଛି ତାହାକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଟ୍ରେଲର ଦେଖିବା ପରେ ଫିଲ୍ମ ଖୁବ ମଜାଦାର ରହିବ ବୋଲି ଆଶା କରାଯାଉଛି । ଏବେ ଫିଲ୍ମର ଆଉ ଏକ ଗୀତ ‘ଆଓ କଭି ହବେଲୀ ପେ’ ରିଲିଜ କରାଯାଇଛି । ଏହି ଗୀତରେ ଅଭିନେତ୍ରୀ କୃତି ସେନନ, ବାଦଶାହ ଏବଂ ରାଜକୁମାର ରାଓଙ୍କ ସହିତ ଝୁମୁଥିବା ଦେଖିବାକୁ ମିଳିଛି ।

ଏହି ଗୀତର ଲିରିକ୍ସ ଖୁବ ମଜାଦାର ହେବା ସହିତ ଏହି ଗୀତଟିକକୁ ହରର ଥିମ ସହିତ ସୁଟ କରାଯାଇଛି । କିନ୍ତୁ ଗୀତରେ ହରର ଭଳି କିଛି ନାହିଁ । ଗୀତର କୋରିଓଗ୍ରାଫି ସହିତ କୃତିଙ୍କ ଡ୍ୟାନ୍ସ ମ୍ୟୁଭସ ଖୁବ ଜବରଦସ୍ତ ହୋଇଛି । ଏହା ପୂର୍ବରୁ ମଧ୍ୟ ଫିଲ୍ମର ଆଉ ଦୁଇଟି ଡ୍ୟାନ୍ସ ନମ୍ବରକୁ ରିଲିଜ କରାଯାଇଛି ।

ଗୀତରେ ରାଜକୁମାର ରାଓ ଭୂତ ଗେଟଅପରେ ନଜର ଆସିଛନ୍ତି । ଏହି ଗୀତକୁ ବାଦଶାହ, ନିକିତା ଗାନ୍ଧୀ ଏବଂ ସଚିନ-ଜିଗର ଭଏସ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More