Only for Entertainment

ସାଙ୍ଗମାନଙ୍କ ସହ ଲଂଚ ଡେଟରେ ସ୍ପଟ ହେଲେ ଅକ୍ଷୟଙ୍କ ପୁଅ ଆରବ, କ୍ୟାମେରା ଦେଖି ଏଭଳି ଦେଲେ ପ୍ରତିକ୍ରିୟା !

33

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ପୁଅ ଆରବ ଅନେକ ସମୟରେ ମିଡିଆରୁ ବଂଚିବାକୁ ଚେଷ୍ଟା କରନ୍ତି । ଆରବ ଲାଇମଲାଇଟରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । କିନ୍ତୁ କିଛି ଦିନ ପୂର୍ବେ କିଛି ନୂଆ ଘଟଣା ଘଟିଛି, ଆରବ କ୍ୟାମେରା ଦେଖି ମୁହଁ ଏଡାଇ ନାହାନ୍ତି । ସେ ମଝିରେ ମଝିରେ ମୁହଁ ଲୁଚାଉଥିଲେ ।

ଅସଲରେ ବୁଧବାର ଦିନ ଆରବଙ୍କୁ ତାଙ୍କର ଏକ ବନ୍ଧୁଙ୍କ ସହ ରେସ୍ତୋରାଁ ବାହାରେ ସ୍ପଟ କରାଯାଇଥିଲା । ସେ ତାଙ୍କ ବନ୍ଧୁଙ୍କ ସହ ଲଂଚ ଡେଟରେ ଆସିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ଆରବ ବାପାଙ୍କ ଭଳି ସ୍ପୋର୍ଟସରେ ଖୁବ ଆକ୍ଟିଭ ଅଟନ୍ତି , ଯେଉଁ କାରଣରୁ ତାଙ୍କର ଉଚ୍ଚତା ଏବଂ ଶରୀର ଏକ ଦମ ଅକ୍ଷୟଙ୍କ ଭଳି ରହିଛି ।

ଅକ୍ଷୟ କୁମାର ତାଙ୍କର ଏକ ସାକ୍ଷାତକାରରେ କହିଛନ୍ତି ଆରବଙ୍କୁ ଏବେ ଅଭିନୟରେ ପଶିବା ପାଇଁ ବିଲକୁଲ ଆଗ୍ରହ ନାହିଁ । ଯଦି କେବେ ସେ ଅଭିନୟରେ ପଶିବାକୁ ଚାହିଁବେ ନିଜ ପରିଶ୍ରମରେ ସେ ଅଭିନୟ ଦୂନିଆରେ ପଶିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More