Only for Entertainment

ଆଶିକୀ ହିରୋଙ୍କୁ ନିଜର ପ୍ରଥମ କ୍ରଶ କହିଥିଲେ କରୀନା, ଏବେ ସାମ୍ନାକୁ ଆସିଲା ରାହୁଲଙ୍କ ପ୍ରତିକ୍ରିୟା

hindirush
46

ବଲିଉଡ ଅଭିନେତ୍ରୀ କରୀନା କପୂର ଖାନ ଛୋଟ ପରଦାରେ ଟିଭି ରିଆଲିଟି ଶୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ୭’ ମାଧ୍ୟମରେ ଡେବ୍ୟୁ କରି ସାରିଛନ୍ତି । ଏହି ରିଆଲିଟି ଶୋ ମାଧ୍ୟମରେ ଅଭିନେତ୍ରୀ ଏଭଳି ଏକ କଥାର ଖୁଲାସା ଯାହା ଆମେ ଆପଣଙ୍କୁ ଜଣାଇଥିଲୁ ।

କରୀନା ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ୭’ରେ ଜଜ୍ ଭାବରେ ନଜର ଆସୁଛନ୍ତି । ନିକଟରେ ତାଙ୍କର ପ୍ରଥମ କ୍ରଶ ବିଷୟରେ ଖୁଲାସା କରିଥିଲେ ବେବୋ । କହିରଖୁଛୁ ଶୋ’ର ହୋଷ୍ଟ କରଣ ବାହୀ କରୀନାଙ୍କୁ ଏକ ପ୍ରଶ୍ନ ପଚାରିଲେଯେ କିଏ ଥିଲେ କରୀନାଙ୍କର ପ୍ରଥମ କ୍ରଶ । କରଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କରୀନା କହିଲେ ‘ଆଶିକୀ’ ଫେମ ରାହୁଲ ରୟ ଥିଲେ ତାଙ୍କର ପ୍ରଥମ କ୍ରଶ୍ । କେବଳ ରାହୁଲଙ୍କ ପାଇଁ ସେ ଫିଲ୍ମ ଆଶିକୀ’କୁ ୮ ଥର ଦେଖିଥିଲେ ।
୧୯୯୦ରେ ରିଲିଜ ହୋଇଥିବା ଫିଲ୍ମ ଆଶିକୀ’ରେ ଆକ୍ଟର ରାହୁଲ କେବଳ କରୀନାଙ୍କୁ ନୁହେଁ ବରଂ ହଜାର ହଜାର ଝିଅଙ୍କୁ ଦିୱାନା କରି ଦେଇଥିଲେ । ତାଙ୍କର ଏହି ଫିଲ୍ମ ସୁପରହିଟ ମଧ୍ୟ ହୋଇଥିଲା । ଫିଲ୍ମର ଗୀତ ଆଜି ମଧ୍ୟ ସମସ୍ତେ ଗୁଣୁଗୁଣୁ ହୁଅନ୍ତି ।

 

View this post on Instagram

 

I’m speechless? @iamkareenakapoor @therealkareenakapoor #KareenaKapoor #KareenaKapoorKhan #RahulRoy #Bollywood

A post shared by Rahul Roy (@officialrahulroy) on

ଏବେ କରୀନାଙ୍କ ଏଭଳି କଥାକୁ ନେଇ ସାମ୍ନାକୁ ଆସିଛି ଆଶିକୀ ଫେମ ରାହୁଲ ରୟଙ୍କ ପ୍ରତିକ୍ରିୟା । ଯେଉଁଥିରେ ସେ କହିଛନ୍ତିଯେ ମୋ ପାଖରେ କିଛି ଶବ୍ଦ ନାହିଁ ।
କରୀନାଙ୍କ ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ସେ ଖୁବଶୀଘ୍ର ଫିଲ୍ମ ଗୁଡନ୍ୟୁଜ’ରେ ଅକ୍ଷୟ କୁମାରଙ୍କ ଅପୋଜିଟରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More