Only for Entertainment

ମଣିଷ ଠାରୁ ବଳିଗଲା ବୁଲା କୁକୁର, ଲୋକଙ୍କୁ ଶିଖାଉଛି ଆଇନ ଦେଖନ୍ତୁ ଭାଇରାଲ ଭିଡିଓ

latestly
35

ମାଲିକ ଚେନ୍ନାଇ ରେଲୱେ ଷ୍ଟେସନରେ କୁକୁରଟିକୁ ଛାଡି ଚାଲିଯିବା ପରେ ଏବେ ଏହି କୁକୁରଟି କଥିତ ଭାବେ ଆଇନ ଭାଙ୍ଗୁଥିବା ଯାତ୍ରୀଙ୍କୁ ଚେତାବନୀ ଦେବା ପାଇଁ ପୋଲିସର ସାହାଯ୍ୟ କରୁଛି । ମଣିଷ ମାନେ ଯେତେବେଳେ ଆଇନକୁ ଖାତିର ନ କରି ବେଆଇନ କାମ କରୁଛନ୍ତି ସେତେବେଳେ କୁକୁରଟି ତାଙ୍କୁ ଆଇନର ରାସ୍ତା ଦେଖାଇ ଦେଉଛି ।

କୁକୁରଟିର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ମିନିଷ୍ଟ୍ରୀ ଅଫ ରେଲୱେ ସେୟାର କରିଛନ୍ତି । ଚିନ୍ନାପନ୍ନୁ ନାମକ ଏହି କୁକୁରଟି ଗତ ଦୁଇ ବର୍ଷ ହେବ ଚେନ୍ନାଇର ପାର୍କ ଟାଉନ ଏମଆରଟିଏସ ଷ୍ଟେସନରେ ରେଲୱେ ସୁରକ୍ଷା ବଳର ଅଧିକାରୀମାନଙ୍କୁ ସହାୟତା କରୁଛି । କୁକୁରଟିକୁ ଶିଖା ଯାଇଛି ଯେ, ରେଲୱେ ଟ୍ରାକ ପାରି କରିବା, ଚଳନ୍ତା ଟ୍ରେନରେ ଚଢିବା ଏବଂ ଓହ୍ଲାଇବା ବେଆଇନ ଅଟେ । ଯେକୌଣସି ବ୍ୟକ୍ତି ରେଳ ଧାରଣା ପରି କରନ୍ତି, ଚଳନ୍ତା ଟ୍ରେନରେ ଚଢନ୍ତି କିମ୍ବା ଓହ୍ଲାନ୍ତି ତାଙ୍କ ଉପରେ କୁକୁରଟି ଭୁକିଥାଏ ।

ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକେ ଅନୁରୋଧ କରିଛନ୍ତି ଚିନ୍ନାପନ୍ନୁକୁ ଅଧିକାରୀକ ଭାବେ ଆରପିଏଫରେ ସାମିଲ କରାଯାଉ । ଷ୍ଟେସନରେ ଦୋକନ ଦେଇଥିବା ଜଣେ ଦୋକାନୀଙ୍କ କହିବା ଅନୁସାରେ କୁକୁରର ମାଲିକ ଦିନେ କୁକୁରଟିକୁ ଦେଖା କରିବା ପାଇଁ ଷ୍ଟେସନ ଆସିଥିଲା ଏବଂ ତାକୁ ଚିନ୍ନାପନ୍ନୁ ନାମରେ ଡାକୁଥିଲା । ସେତେବେଳେ କୁକୁରର ନାମ ଜଣା ପଡିଥିଲା ।

ଖବର ଅନୁସାରେ ଘର ମାଲିକ ପାଇଁ ଚିନ୍ନାପନ୍ନୁର ମାଲିକ ତାକୁ ଷ୍ଟେସନରେ ଛାଡି ଦେଇଥିଲା । ସେବେଠାରୁ ଚିନ୍ନାପନ୍ନୁ ଷ୍ଟେସନରେ ଜଣାଶୁଣା ଚେହେରା ପାଲଟିଛି । ଏହି ଭିଡିଓ ସେୟାର କରାଯିବା ପରେ ୩୦୦୦ରୁ ଅଧିକ ଟ୍ୱିଟସ୍ ଏବଂ ୧୦ ହଜାରରୁ ଅଧିକ ଲାଇକ ମିଳିସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More