Only for Entertainment

ପୁଣିଥରେ ସସ୍ପେନ୍ସ ଥ୍ରିଲର ତଡକା ନେଇ ଆସୁଛନ୍ତି ଅବାସ-ମସ୍ତାନ, ଏହି କୋରିଅନ ଫିଲ୍ମର ହେବ ରିମେକ ।

DNA India
0 57

ହିନ୍ଦୀ ଫିଲ୍ମରେ ସସ୍ପେନ୍ସ ଥ୍ରିଲରର ତଡକା ଲଗାଉଥିବା ନିର୍ଦ୍ଦେଶକ ଯୋଡି ଅବାସ-ମସ୍ତାନ ପୁଣିଥରେ ଫେରୁଛନ୍ତି । ଏହି ଯୋଡି ଏବେ ଏକ କୋରିଅନ ଡ୍ରାମା ଫିଲ୍ମର ରିମେକ ନେଇ ଦର୍ଶକଙ୍କୁ ଭେଟି ଦେବା ପାଇଁ ଆସୁଛନ୍ତି ।

ରିପୋର୍ଟ ଅନୁସାରେ ଏହି ନିର୍ଦ୍ଦେଶକ ଯୋଡି ୨୦୧୬ରେ ରିଲିଜ ହୋଇଥିବା କୋରିଅନ ଫିଲ୍ମ ‘ଟନଲ’ର ହିନ୍ଦୀ ରିମେକ ନିର୍ମାଣ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକ ଯୋଡି କୌଣସି ବଡ ଷ୍ଟାରଙ୍କ ସାଇନ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଫିଲ୍ମର ସୁଟିଂ ଚଳିତ ବର୍ଷ ଶେଷ ଆଡକୁ ଆରମ୍ଭ କରାଯିବାର ପ୍ଲାନିଂ ରହିଛି । ଫିଲ୍ମର ଲିଡ ଷ୍ଟାର ଏବଂ ସୁଟିଂ ସିଡ୍ୟୁଲ ଫାଇନାଲ ହେବା ପରେ ଦୁହେଁ ଏହି ପ୍ରୋଜେକ୍ଟ ବିଷୟରେ ବିଧିବଧ ଭାବେ ଘୋଷଣା କରିବେ ।

abbas mustan

କୋରିଅନ ଫିଲ୍ମ ‘ଟନଲ’ ବିଷୟରେ କହିବାକୁ ଗଲେ ଏହା ଜଣେ ବ୍ୟକ୍ତିର କାହାଣୀ ଯେ ଘରକୁ ଫେରିବା ବେଳେ ଝିଅର ଜନ୍ମଦିନ ପାଇଁ କେକ ନେଇ ଯାଇଥାନ୍ତି । କିନ୍ତୁ ରାସ୍ତାରେ ସେ ଟନଲ ଦେଇ ଘରକୁ ଫେରିବା ବେଳେ ଟନଲର ଦୁଇ ପଟ ରାସ୍ତା ବ୍ଲକ ହୋଇଯାଏ । ସେ ସେହି ଭିତରେ ଫସି ଯାଆନ୍ତି । ଟନଲରେ ଫସିଥିବା ବ୍ୟକ୍ତି କିପରି ସେଠାରୁ ବାହାରିବା ପାଇଁ ସରଭାଇବ କରୁଛି ତାହା ଫିଲ୍ମରେ ଦେଖିବାକୁ ମିଳିଛି ।

ଫିଲ୍ମର କାହାଣୀ ଖୁବ ହୃଦୟସ୍ପର୍ଶୀ ହୋଇଥିବା ବେଳେ ନିର୍ଦ୍ଦେଶକ ଫିଲ୍ମରେ ଭାରତୀୟ ଦର୍ଶକଙ୍କ ପାଇଁ କ’ଣ ପରିବର୍ତ୍ତନ କରୁଛନ୍ତି ତାହା ଦେଖିବା ବାକି ରହିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More