Only for Entertainment

ଖରାପ ଟିଆରପି କାରଣରୁ ବନ୍ଦ ହେଲା ପ୍ରିୟଙ୍କାଙ୍କ ଟିଭି ଶୋ କ୍ୱାଂଟିକୋ,ଏବେ ଭାରତ ଫେରି କରିବେ ଏହି କାମ ।

bollywood tadka
0 39

ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ବଡ଼ ଝଟକା ଲାଗିଛି । ତାଙ୍କ ଶୋ କ୍ୱାଂଟିକୋ ବନ୍ଦ ହୋଇଯାଇଛି । କୁହାଯାଉଛିଯେ ଟିଆରପି କମ ହେବା କାରଣରୁ ଶୋ’କୁ ବନ୍ଦ କରିଦିଆଯାଇଛି । ଏବିସି ୩ଟି ଶୋ ପରେ ଏହାକୁ ରବ୍ଦ କରିଦେଇଛି ।

ପ୍ରିୟଙ୍କା ପୂର୍ବ ଦୁଇ ସିଜନରେ ଏଥିରେ ଯୋଡ଼ି ହୋଇଥିଲେ । ତୃତୀୟ ସିଜନରେ ମଧ୍ୟ ସେ ଏଫବିଆଇ ଭୂମିକାରେ ନଜର ଆସିଥିଲେ । କିନ୍ତୁ ୧୩ଟି ଏପିସୋଡ ପରେ ଏହାକୁ ବନ୍ଦ କରିଦିଆଯାଇଛି । ଏହି ଏପିସୋଡ ୩ ଜୁଲାଇକୁ ପ୍ରସାରିତ କରାଯିବ ।

 


ଖବର ଅନୁସାରେ ଏହି ଚରିତ୍ର ପାଇଁ ପ୍ରିୟଙ୍କାଙ୍କୁ ଦୁଇଟି ପିପୁଲ ଚଏସ ପୁରସ୍କାର ମଧ୍ୟ ମିଳିଛି । କିନ୍ତୁ ଲୋକପ୍ରିୟତା ମାମଲାରେ ଏହି ଶୋ ପଛରେ ରହିଯାଇଛି । ଏହି କାରଣରୁ ଶୋ ବନ୍ଦ ହୋଇଯାଇଛି ।

 


୨୦୧୭ରେ ଫିଲ୍ମ ‘ବେୱାଚ’ ଜରିଆରେ ପ୍ରିୟଙ୍କା ହଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ସେ ନେଗେଟିଭ ଚରିତ୍ରରେ ନଜର ଆସିଥିଲେ । ଏବେ ସେ ଭାରତ ଫେରିବେ ଏବଂ ସଲମାନଙ୍କ ସହିତ ଫିଲ୍ମ ‘ଭାରତ’ର ସୁଟିଂ ଆରମ୍ଭ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More