Only for Entertainment

ଶାହାରୁଖଙ୍କୁ ନେଇ ବିବାଦୀୟ ବନାୟ ଦେଲେ ଅଭିଜିତ ଭଟ୍ଟାଚାର୍ଯ୍ୟ, କହିଲେ ଶାହରୁଖ ଏବେ…

India Today
36

ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାକୁ ଆସୁଥିବା ଗୀତିକାର ଅଭିଜିତ ଭଟ୍ଟାଚାର୍ଯ୍ୟ ଏବେ ଶାହାରୁଖ ଖାନଙ୍କୁ ନେଇ ଦେଇଛନ୍ତି ଭିନ୍ନ ଟିପ୍ପଣୀ । ୨୦୧୬ରେ ସେ ମହେଶ ଭଟ୍ଟ ଏବଂ କରନ ଜୋହରଙ୍କୁ ମଧ୍ୟ ସମାଲୋଚନା କରି ଚର୍ଚ୍ଚାରେ ରହିଥିଲେ ।

ଗୋଟିଏ ସମୟରେ ଅଭିଜିତ ଶାହାରୁଖଙ୍କ ସ୍ୱର ପାଲଟିଥିଲେ । ତାଙ୍କର ପ୍ରତିଟି ଫିଲ୍ମରେ ଗାଉଥିଲେ ଅଭିଜିତ । ହେଲେ ଏବେ ଅଭିଜିତ ଶାହାରୁଖଙ୍କ ଠାରୁ ଏକ ପ୍ରକାର ଦୂରେଇ ରହିଛନ୍ତି । ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଶାହାରୁଖ ଖାନ ସେ ପର୍ଯ୍ୟନ୍ତ ସୁପରଷ୍ଟାର ଥିଲେ ଯେପର୍ଯ୍ୟନ୍ତ ମୁଁ ତାଙ୍କ ପାଇଁ ଗୀତ ଗାଉଥିଲି । ମୋର କାମ ଥିଲା ସୁପରଷ୍ଟାର ବନାଇବା । ମୁଁ ଏହା କହିଛି । ଯେପର୍ଯ୍ୟନ୍ତ ମୁଁ ଶାହାରୁଖଙ୍କ ପାଇଁ ଗାଉଥିଲି ସେପର୍ଯ୍ୟନ୍ତ ସେ ରକଷ୍ଟାର ଥିଲେ । ଏବେ ତାଙ୍କ ପାଇଁ ଗାଉନାହିଁ, ସେ ଲୁଙ୍ଗି ଡ୍ୟାନ୍ସ କରିବାକୁ ବାଧ୍ୟ ହେଉଛନ୍ତି ।

ସେ ଏହା ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ, ଶାହାରୁଖଙ୍କ ଭିନ୍ନ ଭିନ୍ନ ଫିଲ୍ମରେ କ୍ରେଡିଟ ଲିଷ୍ଟରେ ସ୍ପଟବୟ ପର୍ଯ୍ୟନ୍ତ ସମସ୍ତଙ୍କ ନାମ ରହୁଥିଲା, ହେଲେ ଗୀତିକାରଙ୍କ ନାମ ନଥିଲା । ‘ମେ ହୁଁ ନା’, ‘ଓମ ଶାନ୍ତି ଓମ’ରେ ମଧ୍ୟ ଏହା ହୋଇଥିଲା । ସ୍ୱାଭିମାନ ଦୃଷ୍ଟିରୁ ମୁଁ ତାଙ୍କ ପାଇଁ ଗୀତ ଗାଇବା ଛାଡିଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More