Only for Entertainment

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଭାରତ ଫେରିବା ସମୟରେ ଜନ୍ମ ହୋଇଥିଲା ଶିଶୁ, ମା’ ନାମ ରଖିଲେ ଅଭିନନ୍ଦନ, କହିଲେ ବଡ ହୋଇ ହେବ…

Clifton Cameras
33

ରାଜସ୍ଥାନର ଅଲବର ଜିଲ୍ଲାରେ ଏକ ପରିବାର ନିଜର ନବଜାତ ଶିଶୁର ନାମ ଭାରତୀୟ ବାୟୁସେନାର ଓି୍ୱଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନାମରେ ରଖିଛନ୍ତି । ଏହି ଶିଶ୍ରୁ ଜନ୍ମ ଠିକ ସେହି ସମୟରେ ହୋଇଥିଲା ଯେତେବେଳେ ପାକିସ୍ତାନ ଅଭିନନ୍ଦନଙ୍କୁ ଭାରତ ଛାଡିଥିଲେ । ଶିଶୁର ଜେଜେ ଜନେଶ ଭୁଟାନୀଙ୍କ କହିଛନ୍ତି ଯେ, ‘ମୋ ପୁତ୍ର ବଧୂ ଶୁକ୍ରବାର ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଆମେ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସମ୍ମାନରେ ଶୁଶୁ ପୁତ୍ରର ନାମ ଅଭିନନ୍ଦନ ରଖିଛୁ । ଆମେ ପାଇଲଟ ଅଭିନନ୍ଦନଙ୍କ ଉପରେ ଗର୍ବ କରୁଛୁ ସେଥିପାଇଁ ପୂରା ପରିବାର ଶୁଶୁର ନାମ ଅଭିନନ୍ଦନ ରଖିବା ପାଇଁ ଚିନ୍ତା କଲୁ ।’

ଏହା ସହିତ ସେ କହିଛନ୍ତି ମୁଁ ଏବଂ ମୋ ପରିବାର ଏହି ଘଟଣାକ୍ରମ ସବୁ ଦେଖି ଆସୁଛୁ । ସେହିପରି ଶୁଶୁର ମା’ କହିଛନ୍ତି ଯେ, ‘ଅଭିନନ୍ଦନ ନାମ ଜରିଆରେ ଆମେ ଆମର ସାହାସୀ ପାଇଲଟଙ୍କ କଥା ମନେ ପକାଇପାରିବୁ । ମୁଁ ଚାହେଁ ମୋ ପୁଅ ମଧ୍ୟ ବଡ ହୋଇ ବାହଦୂର ସୈନିକ ହେଉ ।’

ଏହା ପୂର୍ବରୁ ବୁଧବାର ୨୭ ଫେବୃଆରୀରେ ନାଗୋରର ଏକ ପରିବାର ନିଜ ଶୁଶୁ ପୁତ୍ରର ନାମ ମିରାଜ ରଖିଥିଲେ । ମିରାଜ ବାୟୁସେନାର ଏକ ବିମାନ । ଏହାକୁ ୨୬ ଫେବୃଆରୀରେ ହୋଇଥିବା ଏ ୟାର ଷ୍ଟ୍ରାଇକରେ ବ୍ୟବହାର କରାଯାଇଥିଲା । ଏହି ବିମାନ ପାକିସ୍ତାନର ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More