Only for Entertainment

ଜେଲରୁ ବାହାରିବା ପରେ ଶ୍ୱେତାଙ୍କ ଅଭିଯୋଗକୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ଅଭିନବ କୋହଲୀ

INDIA TODAY
111

ଗତ ରବିବାର ଘରୋଇ ହିଂସାର ଆରୋପ ଲଗାଇ ନିଜର ଦ୍ୱିତୀୟ ସ୍ୱାମୀ ଅଭିନବଙ୍କୁ ଜେଲ୍‌ ପଠାଇଥିଲେ ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀ । ଏବେ ଜେଲ୍‌ରୁ ବାହାରିବା ପରେ ସେ ଶ୍ୱେତାଙ୍କ ଅଭିଯୋଗକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏକ ଫିଲ୍ମର ସ୍କ୍ରିନିଙ୍ଗ୍‌କୁ ଯାଇଥିବା ବେଳେ ତାଙ୍କୁ ଏ ନେଇ ପ୍ରଶ୍ନ କରାଯାଇଥିଲା ।

ଏହାର ଉତ୍ତର ରଖି ଅଭିନବ କହିଛନ୍ତି, ଏ ସବୁ ମୋ ପାଇଁ ବହୁତ ବଡ଼ ସମସ୍ୟା। କିନ୍ତୁ ଏ ପର୍ଯ୍ୟନ୍ତ ସବୁ ଶେଷ ହୋଇନାହିଁ । ମୁଁ ସବୁକିଛି ଠିକ୍‌ କରିବାକୁ ଚେଷ୍ଟା କରୁଛି । ଟିକେ ସମୟ ଲାଗିବ । ଏହା ଆମ ପରିବାରର ବ୍ୟକ୍ତିଗତ ସମସ୍ୟା । ଜେଲ୍‌ରୁ ଆସିବ ପରେ ମୁଁ ଶ୍ୱେତାଙ୍କୁ ମଧ୍ୟ ଭେଟିଥିଲି।

ତେବେ ଅଭିନବଙ୍କ ମା’ଙ୍କ କହିବା ଅନୁଯାୟୀ, ଅଭିନବ ଓ ଶ୍ୱେତାଙ୍କ ମଧ୍ୟରେ ଗତ ଦୁଇ ବର୍ଷ ହେଲାଣି କିଛି ଠିକ୍‌ ଚାଲୁ ନଥିଲା । ମୋ ପୁଅ ଆଜି ପର୍ଯ୍ୟନ୍ତ ସବୁ ସମ୍ଭାଳି ଆସୁଥିଲା । ଦୁହିଁଙ୍କ ପୁଅ ଏବେ ଛୋଟ ଥିବାରୁ ଅଭିନବ ଶ୍ୱେତାଙ୍କ ସହ ରହିବାକୁ ଚାହୁଁଥିଲା । ସେ ନିଜ ସନ୍ତାନମାନଙ୍କ ସହ ଗୋଟେ ଛାତ ତଳେ ରହିବା ପାଇଁ ଅନେକ ଚେଷ୍ଟା କରିଥିଲା । କିନ୍ତୁ ସଫଳ ହୋଇ ପାରିଲା ନାହିଁ । ମୋ ପୁଅ ଅନେକ କିଛି ସେମାନଙ୍କ ପାଇଁ କରି ମଧ୍ୟ ସେମାନେ ସବୁ ଭୁଲି ଗଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More