Only for Entertainment

ତାମିଲ ଫିଲ୍ମରେ ପାଦ ଦେଲେ ଅଭିଷେକ ।

30

ବିଗ ବି ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଏବେ ବଲିଉଡ ନୁହେଁ ବରଂ ଟଲିଉଡ ସିନେମାରେ ନଜର ଆସିବେ । ଯଦିଓ ଅଭିଷେକ ତାମିଲ ଫିଲ୍ମରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି ତଥାପି ଏହାର ଅଫିସିଆଲ ଘୋଷଣା ହୋଇନାହିଁ ।

କୁହାଯାଉଛି ‘ଇଣ୍ଡିଆନ୍‌-୨’ରେ ଅଭିଷେକ ବଚ୍ଚନ ତାମିଲ ସିନେମାରେ ଡେବ୍ୟୁ କରିବେ। ଏହା ପୂର୍ବରୁ ଖବର ମିଳିଥିଲା କି ଏହି ପିଲ୍ମରେ କମଲ ହାସନଙ୍କ ବ୍ୟତୀତ ତାମିଲ ଷ୍ଟାର୍‌ ସିମ୍ବୁଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ମାତ୍ର ସିମ୍ବୁ ଏଥିରୁ ଓହରି ଯାଇଥିଲେ। ତା’ପରେ ସେହି ଚରିତ୍ର ନିଭାଇବା ପାଇଁ ନିର୍ଦ୍ଦେଶକ ଏସ୍‌.ଶଙ୍କର ଅଜୟ ଦେବଗନ ଓ ଅକ୍ଷୟ କୁମାରଙ୍କ ଭଳି ଷ୍ଟାରଙ୍କୁ ଅଫର୍‌ ଦେଇଥିଲେ,ମାତ୍ର ଡେଟ୍‌ସ ସମସ୍ୟା ହେତୁ ସେ ଦୁହେଁ ମନା କରିଥିଲେ। ତା’ପରେ ଅଭିଷେକ ବଚ୍ଚନଙ୍କୁ ଏହି ପ୍ରସ୍ତାବ ମିଳିଥିଲା। ଖୁବ୍‌ କମ୍‌ ଫିଲ୍ମରେ ନଜର ଆସୁଥିବା ଅଭିଷେକ କିନ୍ତୁ ତତ୍‌କ୍ଷଣାତ୍‌ ରାଜି ହୋଇଛନ୍ତି। ଏହି ପିଲ୍ମରେ କାଜଲ ଅଗ୍ରଓ୍ଵାଲଙ୍କୁ ନାୟିକା ଭୂମିକାରେ ନିଆଯାଇଥିବା ଜଣାଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More