Only for Entertainment

ସଂଜୟ ଲୀଲା ଭଂସାଲୀଙ୍କ ଏହି ଫିଲ୍ମରେ ନଜର ଆସିବେ ଆଲିୟା ଭଟ୍ଟ, ପ୍ରଥମଥର ପାଇଁ ଅଭିଷେକ ବଚ୍ଚନଙ୍କ ସହିତ କରିବେ ସ୍କ୍ରିନ ସେୟାର

Indian Express
0 35

ଚଳିତବର୍ଷ ରିଲିଜ ହୋଇଥିବା ଫିଲ୍ମ ‘ପଦ୍ମାବତ’ର ଅପାର ସଫଳତା ପରେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ସଂଜୟ ଲୀଲା ଭଂସାଲୀ ନିଜର ଆଗାମୀ ଫିଲ୍ମ ‘ଗୁସ୍ତାଖିୟାଁ’ ଉପରେ ଧ୍ୟାନ ଦେଉଛନ୍ତି । ଏହି ଫିଲ୍ମ ପ୍ରସିଦ୍ଧ ଶାୟର ସାହିର ଲୁଧିୟାନବୀଙ୍କ ଉପରେ ଆଧାରିତ । ଫିଲ୍ମରେ ଅଭିନେତା ଅଭିଷେକ ବଚ୍ଚନ ସାହିର ଲୁଧିୟାନବୀଙ୍କ ଭୂମିକାରେ ନଜର ଆସିବେ । ସେହିପରି ଖବର ଅନୁସାରେ ଆଲିୟା ଭଟ୍ଟ ସାହିରଙ୍କ ପ୍ରେମିକା ଅମୃତା ପ୍ରିତମ ରୋଲରେ ନଜର ଆସିବେ । ପ୍ରଥମଥର ପାଇଁ ଆଲିୟା ସଂଜୟ ଲୀଲା ଭଂସାଲୀଙ୍କ ସହିତ କାମ କରିବାର ସୁଯୋଗ ପାଇଛନ୍ତି ।

alia

ଆଲିୟାଙ୍କ ପ୍ରଶଂସା କରି ସଂଜୟ ଲୀଲା ଭଂସାଲୀ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ଆଲିୟାଙ୍କ ଏହି ବୟସରେ ଏପରି କନଫିଡେନ୍ସ ତାଙ୍କ କ୍ୟାରିୟର ଉପରେ ଭଲ ପ୍ରଭାବ ପକାଇବ । ତାଙ୍କ ସହିତ କାମ କରିବା ମଜାଦାର ହେବ । କହିରଖୁଛୁ ଯେ ଆଲିୟା ପୂର୍ବରୁ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ବ୍ଲାକ’ରେ ରାଣୀ ମୁଖାର୍ଜୀଙ୍କ ପିଲାଦିନର ଭୂମିକା ପାଇଁ ଅଡିଶନ ଦେଇଥିଲେ । କିନ୍ତୁ ଭଂସାଲୀ ତାଙ୍କୁ ରିଜେକ୍ଟ କରିଦେଇଥିଲେ । ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ଖୁବ ଶୀର୍ଘ ଆରମ୍ଭ ହେବ ।

image

ସେହିପରି ଅନ୍ୟ ପକ୍ଷରେ ଆଲିୟା ଏବଂ ଅଭିଷେକ ପ୍ରଥମଥର ପାଇଁ ସ୍କ୍ରିନ ସେୟାର କରିବେ । ଅଭିଷେକ ନିଜର ଆଗାମୀ ଫିଲ୍ମ ‘ମନମର୍ଜିୟାଁ’କୁ ନେଇ ବ୍ୟସ୍ତ ଥିବା ବେଳେ ଆଲିୟା ‘ରାଜି’କୁ ନେଇ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More