Only for Entertainment

ପରଦାକୁ ଆସିବ ‘ବଣ୍ଟି ଔର ବବଲୀ’ର ସିକ୍ୱଲ, ଏହି ଦିନ ଆରମ୍ଭ ହେବ ସୁଟିଂ

Lokmat
19

୨୦୦୫ରେ ରିଲିଜ ହୋଇଥିବା ଅଭିଷେକ ବଚ୍ଚନ ଏବଂ ରାଣୀ ମୁଖର୍ଜୀଙ୍କ ଫିଲ୍ମ ‘ବଣ୍ଟି ଔର ବବଲୀ’ କୋଟି କୋଟି ଲୋକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲା । ଏହି ଫିଲ୍ମ ସେତେବେଳେ ସୁପରହିଟ ପ୍ରମାଣିତ ହୋଇଥିଲା । ଫିଲ୍ମରେ ଅଭିଷେକ ଏବଂ ରାଣୀଙ୍କ କେମେଷ୍ଟ୍ରୀକୁ ଲୋକେ ଖୁବ ପସନ୍ଦ କରିଥିଲେ । ଏବେ ଏହି ଫିଲ୍ମର ସିକ୍ୱଲକୁ ନେଇ ଖବର ସାମ୍ନାକୁ ଆସିଛି ।

ଖବର ଅନୁସାରେ ମେକର୍ସ ଫିଲ୍ମର ସିକ୍ୱଲ ନିର୍ମାଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଏବଂ ଖୁବ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳିଛି । ଏହି ଫିଲ୍ମର ଟାଇଟଲ ରହିବ ‘ବଣ୍ଟି ଔର ବବଲୀ ଏଗେନ’ । ଆଗାମୀ ମାସରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ।

କହିରଖୁଛୁ ଯେ, ବଣ୍ଟି ଔର ବବଲୀ ଅଭିଷେକ ବଚ୍ଚନଙ୍କ କ୍ୟାରିୟରର ସବୁଠାରୁ ହିଟ ଫିଲ୍ମ ମଧ୍ୟରୁ ଏ କ । ଫିଲ୍ମରେ ଅମିତାଭ ବଚ୍ଚନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ଏବେ ଏହାର ସିକ୍ୱଲରେ ଦୁଇ କଳାକାର ଅଭିଷେକ ଏବଂ ରାଣୀ ତ ନଜର ଆସିବେ କିନ୍ତୁ ଏଥର ଅମିତାଭ ବଚ୍ଚନ ନଜର ଆସିବେ କି ନାହିଁ ତାହା ବିଷୟରେ କୌଣ ସି ଖବର ଆସିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More