Only for Entertainment

ଦୁଇବର୍ଷ ପରେ ଅଭିଷେକ ବଚ୍ଚନଙ୍କୁ ମିଳିଲା ବଡ ବଜେଟର ଫିଲ୍ମ, ଏହି ଫିଲ୍ମରେ ଆସିବେ ନଜର

Cine Buster Magazine
0 50

ଅନୁରାଗ କଶ୍ୟପ ନିଜର ନୂଆ ଫିଲ୍ମ ‘ମନମର୍ଜିୟାଁ’ ସହିତ ରୂପେଲି ପରଦାକୁ ଫେରୁଛନ୍ତି । ଏହି ଫିଲ୍ମରେ ଅଭିଷେକ ବଚ୍ଚନ ଲିଡ ରୋଲରେ ନଜର ଆସିବେ । ଫିଲ୍ମରେ ଅଭିଷେକଙ୍କ ବିପକ୍ଷରେ ନଜର ଆସିବେ ତାପସୀ ପାନ୍ନୁ ଏହା ସହିତ ବିକ୍କି କୌଶଳ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ସହିତ ଅଭିଷେକ ବଚ୍ଚନ ଦୁଇ ବର୍ଷପରେ ରୂପେଲି ପରଦାକୁ ଫେରିବାକୁ ଯାଉଛନ୍ତି । ଏହାର ସୂଚନା ଅଭିଷେକ ନିଜ ଟ୍ୱିଟର ଆକାଉଣ୍ଟରେ ଦେଇଛନ୍ତି ।


‘ମୁକ୍କାବାଜ’ ପରେ ଅନୁରାଗ କଶ୍ୟପ ନୂଆ ପ୍ରେଜେକ୍ଟ ଏବଂ ଷ୍ଟାର କାଷ୍ଟ ସହିତ ପ୍ରସ୍ତୁତ ହେଉଛନ୍ତି । ତାପସୀ ପାନ୍ନୁ ପ୍ରଥମଥର ପାଇଁ ଅଭିଷେକ ବଚ୍ଚନଙ୍କ ସହିତ ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି । ଅଭିଷେକଙ୍କ ପୂର୍ବରୁ ଅନୁରାଗ କଶ୍ୟପ, ନବାଜୁଦ୍ଦିନ ସିଦ୍ଦିକି, ରିଚା ଚଡ୍ଡା ଏବଂ ଅଭୟ ଦେଓଲଙ୍କ ପରି କଳାକାରମାନଙ୍କୁ ଷ୍ଟାର କରିଛନ୍ତି । ଆଶା କରାଯାଇପାରେ ଅନୁରାଗଙ୍କ ଫିଲ୍ମରେ କାମ କରିବା ପରେ ଅଭିଷେକଙ୍କ ଭାଗ୍ୟ ମଧ୍ୟ ଖେଲିଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More