Only for Entertainment

ରଣବୀର ସିଂହ ନୁହନ୍ତି, ଏହି ଅଭିନେତା ଥିଲେ ଫିଲ୍ମ ସିମ୍ବାର ପ୍ରଥମ ପସନ୍ଦ

India
55

ରଣବୀର ସିଂହ ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନଭେମ୍ବର ୧୪-୧୫ରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ବେଳେ ଏବେ ତାଙ୍କ ଫିଲ୍ମ ସିମ୍ବାକୁ ନେଇ ଏକ ଚର୍ଚ୍ଚା ଆରମ୍ଭ ହୋଇଛି । ଫିଲ୍ମ ସିମ୍ବା ପାଇଁ ସେ ନୁହେଁ ବରଂ ଅଭିନେତା ଅଭିଷେକ ବଚ୍ଚନ ପ୍ରଥମ ପସନ୍ଦ ଥିଲେ ବୋଲି ଏବେ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ସିମ୍ବା ସାଉଥ୍‌ ଫିଲ୍ମ ଟେମ୍ପରର ରିମେକ୍‌ ହୋଇଥିବା ବେଳେ ଟେମ୍ପର ନିର୍ଦ୍ଦେଶକ ଥିଲେ ପୁରୀ ଜଗନ୍ନାଥ । ଯେତେବେଳେ ସେ ଏହି ଫିଲ୍ମର ହିନ୍ଦି ରିମେକ୍‌ କରିବା ବିଷୟରେ ଭାବିଥିଲେ ସେତେବେଳେ ସେ ମୁଖ୍ୟ ଚରିତ୍ରରେ ଅଭିଷେକ ବଚ୍ଚନଙ୍କୁ ନେବା ପାଇଁ ଚିନ୍ତା କରିଥିଲେ । କିନ୍ତୁ ସିମ୍ବା ତିଆରି ହେଉଥିବା ସମୟରେ ଅଭିଷେକଙ୍କୁ ମୁଖ୍ୟ ଚରିତ୍ର ପାଇଁ ଅଫର ନ ଦିଆଯାଇ ନେଗେଟିଭ୍‌ ଚରିତ୍ର ପାଇଁ ଅଫର ଦିଆଯାଇଥିଲା । କିନ୍ତୁ ଅଭିଷେକ ଏହି ଚରିତ୍ର କରିବା ପାଇଁ ମନା କରି ଦେଇଥିଲେ । ଯାହା ପରେ ଚରିତ୍ରଟି ଆର୍‌ ମାଧଓ୍ଵନଙ୍କୁ ଅଫର କରାଯାଇଥିଲା । କିନ୍ତୁ ଶାରୀରିକ ସମସ୍ୟା ଥିବାରୁ ମାଧଓ୍ଵନ ଫିଲ୍ମ କରିବା ପାଇଁ ମନା କରି ଦେଇଥିଲେ । ଯାହା ପରେ ଏହି ଚରିତ୍ର ପାଇଁ ସୋନୁ ସୁଦ୍‌ଙ୍କୁ ନିଆଯାଇଥିଲା ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More