Only for Entertainment

‘ମନମର୍ଜିୟାଁ’ରେ ଅଭିଷେକଙ୍କୁ ଦେଖି କାହାକୁ ମନେ ପକାଇଲେ ବିଗ୍ ବି, ଶେୟାର କଲେ ଫଟୋ

Short Biography
0 43

ଦୁଇ ବର୍ଷପରେ ଅଭିଷେକ ବଚ୍ଚନ ବଡ ପରଦାକୁ ଫେରୁଛନ୍ତି । ଫିଲ୍ମରେ ଅଭିଷେକଙ୍କର ଲୁକ ସାମ୍ନାକୁ ଆସିଛି ଯେଉଁଥିରେ ସେ ପଗଡି ପିନ୍ଧିଥିବା ନଜର ଆସିଛନ୍ତି । ଫିଲ୍ମରେ ଅଭିଷେକଙ୍କୁ ସରଦାର ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ ସେ ତାପସୀ ପନ୍ନୁ, ଏବଂ ବିକି କୌଶଳଙ୍କ ସହିତ ନଜର ଆସିବେ । ଅଭିଷେକଙ୍କୁ ଏହି ରୂପରେ ଦେଖି ଅମିତାଭ ବଚ୍ଚଙ୍କୁ ତାଙ୍କ ଅଜା ଖଜାନ ସିଂଙ୍କ କଥା ମନେ ପଡିଛି । ଅମିତାଭ ତାଙ୍କ ଅଜା, ପୁଅ ଅଭିଷେକ ଏବଂ ତାଙ୍କ ଫଟୋକୁ କୋଲାଜ କରି ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି ।

ଏହା ପୂର୍ବରୁ ଅମିତାଭ ‘ମନମର୍ଜିୟାଁ’ ସେଟରେ ଉଠାଯାଇଥିବା ଅଭିଷେକଙ୍କ ଏକ ଫଟୋକୁ ଟୁଇଟ କରି ଲେଖଥିଲେ ତାଙ୍କ ମା’ ତେଜା କୌର ସୁରୀ, ଅଜା ଖଜାନ ସିଂ ସୁରୀ ଏବଂ ଆଇ ଅମର କୌରଙ୍କୁ ଅଭିଷେକଙ୍କ ଉପରେ ଗର୍ବ ଅନୁଭବ ହେବ ।

ଅଭିଷେକଙ୍କ ପୂର୍ବରୁ ତାପସୀ ପନ୍ନୁଙ୍କ ଲୁକ ସାମ୍ନାକୁ ଆସିଥିଲା । ତାପସୀ ଏହି ଫଟୋରେ ପଂଜାବୀ ଝିଅ ରୂପରେ ନଜର ଆସିଛନ୍ତି । ଫିଲ୍ମର ସୁଟିଂ ବର୍ତ୍ତମାନ ଚାଲିଥିବା ବେଳେ ଏହି ଫିଲ୍ମ ୭ ସେପ୍ଟେମ୍ବରକୁ ରିଲିଜ ହେବ । ତେବେ ଦେଖିବାକୁ ବାକି ରହିଲା ଅଭିଷେକଙ୍କ ଏହି ଚରିତ୍ର ଦର୍ଶକଙ୍କୁ କେତେ ପ୍ରଭାବିତ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More