Only for Entertainment

ଆସନ୍ତୁ ଜାଣିବା ରେସ ଥ୍ରିର ଅଭିନେତା ବା ହୁମା କୁରୈସୀଙ୍କ ଭାଇ ସାକିବଙ୍କ ବିଷୟରେ କିଛି ମଜାଳିଆ କଥା

The Indian Express
0 40

ବମ୍ବେ ଟକିିଜ, ଢିସୁମ ଏବଂ ଦୋବାରା ଭଳି ଫିଲ୍ମରେ କାମ କରିଥିବା ଅଭିନେତା ସାକିବ ସଲିମ ଏବେ ସଲମାନଙ୍କ ସହିତ ରେସ ଥ୍ରିରେ ନଜର ଆସିବେ । ଜାଗରଣ ଡଟକମ ସହିତ କଥା ହେଉଥିବା ସମୟରେ କିଛି ଖବର ସାମ୍ନାକୁ ଆସିଥିଲା । ସାକିବ କହିଥିଲେଯେ ସେ ତାଙ୍କ ବାପାଙ୍କ ରେଷ୍ଟୁରାଂଟରେ ଏକ ବର୍ଷ ପର୍ଯ୍ୟନ୍ତ କିଚେନ ମ୍ୟାନେଜର ଭାବେ କାମ କରୁଥିଲେ । ତାଙ୍କ ବାପାଙ୍କର କେତେକ ରେଷ୍ଟୁରାଂଟ ଥିବାକଥା ମଧ୍ୟ ସେ କହିଥିଲେ । ତାଙ୍କ କହିବା ଅନୁସାରେ ତାଙ୍କର ଏକ ନୂଆ ରେଷ୍ଟୁରାଂଟ ଖୋଲାଯାଇଥିଲା ଯାହାକୁ ସମ୍ଭାଳିବାକୁ କାହା ପାଖରେ ମଧ୍ୟ ସମୟ ନଥିଲା । ତାଙ୍କ ବାପା ଏବଂ ଭାଇଙ୍କ ପାଖରେ ସମୟ ନଥିବାରୁ ସେମାନେ ମ୍ୟାନେଜରଙ୍କୁ ଦାୟୀତ୍ୱ ଦେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ବଡ଼ଭାଇ କହିଲେଯେ ସାକିବ ବଡ଼ ହୋଇଗଲାଣି ତେଣୁ ଦାୟୀତ୍ୱ ତାଙ୍କୁ ଦେବା ଦରକାର । ସାକିବ କୁହନ୍ତିଯେ କାମ ଆରମ୍ଭ କରିବାବେଳେ ମୁଁ କଲେଜରେ ତୃତୀୟ ବର୍ଷରେ ପଢୁଥିଲି । କଲେଜପରେ କ୍ରିକେଟ ପ୍ରାକ୍ଟିସ ସାରି ଦୋକାନକୁ ଯାଏ ଏବଂ ରାତି ୧ଟାରେ ଘରକୁ ଫେରିଥାଏ । ସେ କହୁନ୍ତିଯେ ସେଠାରେ ସେ ଏକବର୍ଷ କାମ କରିଥିଲେ ଏବଂ କିଚେନ ସୁପରଭାଇଜିଂ କରୁଥିବାରୁ ତାଙ୍କର ଓଜନ ୯ରୁ ୧୦ କିଲୋ ବଢିଯାଇଥିଲା । ତାଙ୍କର କାମ ଥିଲାଯେ ଯେଉଁ ଡିସ୍ ଗ୍ରାହକଙ୍କ ପାଇଁ ବାହାରକୁ ପଠାଯାଏ ତାକୁ ଟେଷ୍ଟ ଏବଂ ଗାର୍ନିସିଙ୍ଗ କରିବା । ଏହାଦ୍ୱାରା ବହୁତ ଖାଇବାକୁ ପଡ଼ୁଥିଲା ଏବଂ ତାଙ୍କର ଓଜନ ବଢିଯାଇଥିଲା ।

ଅଭିନେତା ସାକିବ ସଲୀମ ହେଉଛନ୍ତି ଅଭିନେତ୍ରୀ ହୁମା କୁରୈସୀଙ୍କ ଭାଇ । ତେବେ ସାକିବ ଖୁବଶୀଘ୍ର ସଲମାନଙ୍କ ସହିତ ଫିଲ୍ମ ରେସ ଥ୍ରିରେ ନଜର ଆସିବେ । ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ରେମୋ ଡି ସୌଜା ।

http://www.jagran.com/entertainment/bollywood-race-3-actor-saqib-saleem-did-work-in-restaurant-also-17122606.html

ପଦ୍ମାବତୀକୁ ନେଇ ଉଠିଥିବା ବିବାଦ ସଂଜୟ ଲୀଲା ଭଂସାଲୀଙ୍କ ପିଛା ଛାଡ଼ୁନି । ଆଜି ସଂସଦୀୟ କମିଟିରେ ତାଙ୍କ ସହିତ ଅଢେଇ ଘଂଟାର ଆଲୋଚନା ହୋଇଥିଲା ଏବଂ ଭଂସାଲୀଙ୍କୁ କେତେକ ପ୍ରଶ୍ନ କରାଯାଇଥିଲା । କିଛି ପ୍ରଶ୍ନର ଉତ୍ତରକୁ ଲିଖିତ ଭାବରେ ଦେବାପାଇଁ ତାଙ୍କୁ ଦୁଇ ସପ୍ତାହର ସମୟ ଦିଆଯାଇଛି । କମିଟିରେ ତାଙ୍କୁ କୁହାଗଲାଯେ ଲୋକଙ୍କର ଫିଲ୍ମକୁ ନେଇ କୌଣସି ବିରୋଧ ନାହିଁ କିନ୍ତୁ ଫିଲ୍ମ ଯୋଗୁଁ ସମାଜରେ କୌଣସି ଅସୁବିଧା ନ ହେବାପାଇଁ ସଂସଦକୁ ଦାୟୀତ୍ୱ ଦିଆଯାଇଛି । ସତୀପ୍ରଥାକୁ ନେଇ କମିଟି ଭଂସାଲୀଙ୍କୁ ପ୍ରଶ୍ନରେ ଘେରିଯାଇଥିଲେ ।

ସୂଚନା ଅନୁସାରେ ଭଂସାଲୀ କହିଲେଯେ ତାଙ୍କ ଫିଲ୍ମ ଇତିହାସ ଉପରେ ଆଧାରିତ ନୁହେଁ ବରଂ ମଲ୍ଲିକ ମୋହମ୍ମଦ ଜାୟସୀଙ୍କ କବିତା ଉପରେ ଆଧାରିତ । କିନ୍ତୁ ଫିଲ୍ମକୁ କେତେକ ଲୋକଙ୍କୁ ଦେଖାଇବାର ପ୍ରଶ୍ନକୁ ନେଇ ତାଙ୍କ ପାଖରେ କୌଣସି ସନ୍ତୋଷଜନକ ଉତ୍ତର ନଥିଲା । ମଲ୍ଲ୍ିକ ମୋହମ୍ମଦ ଜାୟସୀ ପଦ୍ମାବତୀ ନାମରେ ଏକ ମହାକବ୍ୟ ରଚନା କରିଥିଲେ । ଯାହା ରାଣୀ ପଦ୍ମିନୀଙ୍କ କାହାଣୀ । ମହାକାବ୍ୟ ଅନୁସାରେ ସୁଲତାନ ଆଲ୍ଲାଉଦ୍ଦିନ ଖିଲଜୀ କୌଣସି ପ୍ରକାରରେ ରାଣୀଙ୍କୁ ପାଇବାକୁ ଚାହୁଁଥିଲେ । ସେଥିପାଇଁ ସେ ଚିତୋରଗଡ଼ ଉପରେ ଆକ୍ରମଣ କରିଥିଲେ । କିନ୍ତୁ ହଜାର ହଜାର ରାଜପୂତ ମହିଳାଙ୍କ ସହିତ ରାଣୀ ପଦ୍ମିନୀ ଆତ୍ମାହୂତି ଦେଇଥିଲେ ।

ସେନ୍ସର ବୋର୍ଡ଼ଙ୍କ କହିବା ଅନୁସାରେ ଏହାକୁ ଦେଖିବାପାଇଁ ଏକ ଏକ୍ସପର୍ଟ କମିଟି ଗଠନ କରିବେ, ଯେଉଁମାନେ ଫିଲ୍ମକୁ ଦେଖିବେ ।

https://aajtak.intoday.in/story/padmavati-row-question-asked-from-sanjay-leela-bhansali-by-the-panel-tmov-1-968247.htm

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More