Only for Entertainment

ଅମିତାଭ ବଚ୍ଚନଙ୍କୁ ଅବରାମ ଖାନଙ୍କ ପ୍ରଶ୍ନ ! କହିଲେ, ଜେଜେ ତୁମେ ଆମ ଘରେ…

ndtv
26

ବିଗ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ୧୬ ନଭେମ୍ବରରେ ନିଜର ୭ମ ଜନ୍ମଦିନମ ସେଲିବ୍ରେଟ କରିଛନ୍ତି । ଆରାଧ୍ୟାଙ୍କ ଜନ୍ମଦିନ ପାର୍ଟିରେ ବଲିଉଡର ଅନେକ ସେଲିବ୍ରିଟି ନିଜ ଛୁଆମାନଙ୍କ ସହିତ ପହଁଚିଥିଲେ । ପାର୍ଟିରେ ଶାହରୁଖ ଖାନଙ୍କ ପୁଅ ଅବରାମଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଅବରାମ ବିଗ ବି ଅମିତାଭ ବଚ୍ଚନଙ୍କୁ ନିଜ ଜେଜେ ବୋଲି ଭାବିଥାନ୍ତି । ଏହା ଶାହରୁଖ ପୂର୍ବରୁ ମଧ୍ୟ କହିଛନ୍ତି । କିନ୍ତୁ ଆରାଧ୍ୟାଙ୍କ ଜନ୍ମଦିନ ପାର୍ଟିରେ ଶାହରୁଖଙ୍କ ଲାଡଲା ଅବରାମ ବିଗ ବିଙ୍କ ଉପରେ ନିରାଶ ହୋଇଛନ୍ତି । ଏହାର କାରଣ ହେଉଛି ଅମିତାଭ ବଚ୍ଚନ ତାଙ୍କ ଘର ଅର୍ଥାତ ମନ୍ନତରେ କ’ଣ ପାଇଁ ରହୁନାହାଁନ୍ତି ।

 

ଅସଲରେ ଅମିତାଭ ବଚ୍ଚନ ଅବରାମଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, “ଇଏ ହେଉଛନ୍ତି ଅବରାମ ଖାନ, ଶାହରୁଖଙ୍କ ସାନ ପୁଅ… ଯେ ମୋତେ ଶାହରୁଖଙ୍କ ପିତା ବୋଲି ମାନୁଛନ୍ତି ଏବଂ ଭାବୁଛନ୍ତି ଶାହରୁଖଙ୍କ ପିତା ତାଙ୍କ ଘରେ କ’ଣ ପାଇଁ ରହୁନାହାଁନ୍ତି ?”


ଏହା ପୂର୍ବରୁ ମଧ୍ୟ ଅବରାମ ଆରାଧ୍ୟାଙ୍କ ୬ତମ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ ଏବଂ ଏହାର ଫଟୋ ମଧ୍ୟ ଅମିତାଭ ଟ୍ୱିଟ କରିଥିଲେ । ଏହି ଫଟୋରେ ରିଟ୍ୱିଟ କରି ଶାହରୁଖ କହିଥିଲେ, ଅବରାମ ଯେବେ ବି ଆପଣଙ୍କୁ ଟିଭିରେ ଦେଖନ୍ତି ସେ ଆପଣଙ୍କୁ ମୋ ପିତା ବୋଲି ଭାବନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More