Only for Entertainment

କାରରେ ଏସି ଚଳାଇ ଦୀର୍ଘ ଯାତ୍ରା କରୁଛନ୍ତି କି ? ସାବଧାନ ରୁହନ୍ତୁ ଏହି ସବୁ ଅସୁବିଧା ଦେଖାଦେଇପାରେ ।

CarsGuide
0 52

ଅନେକ ସମୟରେ ଦେଖାଯାଏ କାରରେ ଯାତ୍ରା କରିବା ସମୟରେ ସାଧାରଣତଃ ଯାତ୍ରୀମାନେ ଗରମରୁ ରକ୍ଷା ପାଇବା ପାଇଁ ଏ.ସି ଚଳାଇଥାନ୍ତି । ସାମାନ୍ୟ ଆରାମ ମିଳିବା ପରେ ଡ୍ରାଇଭର ଗାଡି ଚାଳନା କରୁଥିବା ବେଳେ ସେମାନେ ଶୋଇପଡନ୍ତି । କାର୍ ଭିତରେ ଏସି ଚଳାଇ ଦୀର୍ଘ ସମୟ ଶୋଇରହିବାରେ ଶରୀରର ଯେଉଁ ପ୍ରଭୂତ କ୍ଷତି ହୋଇଥାଏ ତାହା କେହି ଜାଣିପାରନ୍ତି ନାହିଁ । ଦୀର୍ଘ ସମୟ କାରର ଇଂଜିନ ଚାଲୁଥିବା ହେତୁ ସେଥିରୁ ନିର୍ଗତ ହେଉଥିବା କାର୍ବମୋନକସାଇଡ୍ ଏକାଠି ହୋଇଥାଏ ଏବଂ ଯାତ୍ରୀମାନଙ୍କ ଶ୍ୱାସକ୍ରିୟାରେ ଶରୀର ମଧ୍ୟକୁ ପ୍ରବେଶ କଲେ ମଣିଷର ଶ୍ୱାସରେ ବ୍ୟାଘାତ ସୃଷ୍ଟି ହୋଇ ମୃତ୍ୟୁ ହୋଇଥାଏ । ଏଣୁ କାରରେ ଏସି ବ୍ୟବହାର କଲାବେଳେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ।

ଗାଡିରେ ଏସି ଚାଲିବା ସମୟରେ ଝରକା କାଚ ବନ୍ଦ ରହୁଥିବାରୁ ବାହାର ପବନ ପ୍ରବେଶ କରିବା ସମ୍ଭବ ହୁଏ ନାହିଁ । ନିଃଶ୍ୱାସରୁ ନିର୍ଗତ କାର୍ବନଡାଇଅକ୍ସାଇଡ୍ କାର ଭିତରେ ଥିଲାବେଳେ ଇଂଜିନରୁ ବାହାରୁଥିବା କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ଏସି ବାଟ ଦେଇ କାର୍ ମଧ୍ୟକୁ ପ୍ରବେଶ କରିଥାଏ । ଏହି ଦୁଇ ଗ୍ୟାସର ମିଶ୍ରଣ ପ୍ରଶ୍ୱାସରେ ମନୁଷ୍ୟର ଶରୀର ମଧ୍ୟକୁ ପ୍ରବେଶ କରି କ୍ଷତି ଘଟାଇଥାଏ ।

ଦୀର୍ଘ ସମୟ ଯାତ୍ରା ପରେ କାର୍ ଭିତରେ ଥିବା ଅମ୍ଲଜାନ ଶରୀର ମଧ୍ୟକୁ ପ୍ରବେଶ କରି ଧୀରେ ଧୀରେ ସରିଯାଇଥାଏ । ମାତ୍ର ବନ୍ଦ କାର୍ ମଧ୍ୟରେ ଏସି ଚଳାଇ ଶୋଇ ରହିଥିବା ବ୍ୟକ୍ତି ଅମ୍ଲଜାନ କମି ଯିବାର ଅଭାବକୁ ଅନୁଭବ କରିପାରନ୍ତି ନାହିଁ ।

– ପ୍ରତିକାର କଣ କରିବେ ?

୧- ଅତି ଦୀର୍ଘ ରାସ୍ତା କାରରେ ଯାତ୍ରା କରୁଥିଲେ ମଝିରେ ମଝିରେ କାରର ଝରକା ଖୋଲି ବାହାର ପବନକୁ ପ୍ରବେଶ କରିବାକୁ ଦିଅନ୍ତୁ ।

୨- ନିୟମିତ ଗାଡିରେ ଏସି ଦେଇ ଦୂରପଥ ଯାତ୍ରା କରୁଥିଲେ ଅତିକମରେ ଛ’ ମାସରେ ଥରେ ଏସିକୁ ପରୀକ୍ଷା କରି ନିଅନ୍ତୁ ।

୩- ଦୂରପଥ କାରରେ ଯାତ୍ରା କରୁଥିଲେ ରାତିରେ କାରର ଏସି ଲଗାଇ ଶୁଅନ୍ତୁ ନାହିଁ । ଏହା ଦ୍ୱାରା ଶ୍ୱାସରୁଦ୍ଧ ହେବାର ସମ୍ଭାବନା ଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More