Only for Entertainment

ସୌନ୍ଦର୍ଯ୍ୟରେ ବାଧକ ସୃଷ୍ଟି କରେ ଏ.ସି ।

25

ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ, ଉଭୟ ପାଇଁ ବାତାନୁକୂଳ ପରିବେଶ ସୃଷ୍ଟି କରାଉଥିବା ଯନ୍ତ୍ର  ଏସି କ୍ଷତିକାରକ। ତାପମାତ୍ରା ବଢ଼ିଲେ ଆଜିକାଲି ଅନେକ ଏସି ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ଏହା ଦ୍ବାରା ଗରମରୁ ମୁକ୍ତି ମିଳୁଥିଲେ ହେଁ କେତେକ ସ୍ୱାସ୍ଥ୍ୟ ସ˚ପର୍କିତ ସମସ୍ୟା ସୃଷ୍ଟି ହୁଏ। ପ୍ରଥମ, ଏସି ଚାଲୁଥିବା ପ୍ରକୋଷ୍ଠରେ ଅଧିକ ସମୟ ରହିଲେ, ତାଜା ପବନ ମିଳେନାହିଁ। ଆଉ ଏ ଭଳି ଆବଦ୍ଧ କୋଠରିରେ ଅଧିକ ସମୟ ରହିବା ସ୍ୱାସ୍ଥ୍ୟ  ପାଇଁ ହାନିକାରକ।

 

ଏସିର ଡକ୍ଟ ନିୟମିତ ବ୍ୟବଧାନରେ ସଫାକରାଯାଉ ନ ଥିଲେ ବିପଦ ବଢ଼ିଥାଏ। ଏହା ଶ୍ବାସକ୍ରିୟା ଜନିତ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା, ଜୀବାଣୁ ସ˚କ୍ରମଣ ଆଦି କରାଇପାରେ। ଯେଉଁମାନେ ଅଧିକ ସମୟ ଏସି ବ୍ୟବହାର କରନ୍ତି, ସେମାନେ ଶୀଘ୍ର କ୍ଳାନ୍ତି ଅନୁଭବ କରନ୍ତି। ପୁଣି, ଆବଶ୍ୟକତାଠାରୁ ଅଧିକ ଥଣ୍ତା ମୁଣ୍ତ-ବିନ୍ଧା, ପିଠି-ଦରଜ, ଗଣ୍ଠି-ଯନ୍ତ୍ରଣାର କାରଣ ବନିପାରେ।ଏସି ତ୍ବଚା ଓ କେଶର ପ୍ରାକୃତିକ ଆର୍ଦ୍ରତା ଶୋଷିନିଏ; ଫଳରେ ସ୍ଥାୟୀ ରୁକ୍ଷତା ଦେଖାଦିଏ। ତେଣୁ, ନିହାତି ଆବଶ୍ୟକ ନ ଥିଲେ ଏସି ବ୍ୟବହାର କରନ୍ତୁନାହିଁ। ତାପମାତ୍ରା ଠିକ୍ ଯେତିକି ଦରକାର, ସେତିକି ରଖନ୍ତୁ। ପ୍ରତ୍ୟେକ ଦିନ ଏସି ବ୍ୟବହାର କରୁଥିଲେ, ସାରା ଶରୀରରେ ନିଶ୍ଚିତ ଭାବେ ମଏଶ୍ଚରାଇଜର ଲଗାନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More