Only for Entertainment

ଘରୁ ବାହାରିବା ସମୟରେ ଅଚାନକ ବର୍ଷା ହେଲେ……………….. ।

67

ଶାସ୍ତ୍ର ଅନୁସାରେ ବିଭିନ୍ନ କଥା ରହିଛି, ଯାହାକୁ ନେଇ କଳ୍ପନା କରାଯାଏ କୌଣସି କାମ ଶୁଭ ନା ଅଶୁଭ । ତେବେ ଚାଲନ୍ତୁ ଆଲୋଚନା କରିବା ସେହିଭଳି କିଛି କଥା ।

ଯଦି ସକାଳେ ଉଠିବା ସମୟରେ ଆପଣ ସାମ୍ନାରେ ଦୁଗ୍ଧ ଦେଖନ୍ତି ତେବେ ତାହାକୁ ଶୁଭ ବୋଲି କୁହାଯାଏ । କୁହାଯାଏ ଏହା ଦ୍ୱାରା ଦିନ ମଙ୍ଗଳମୟ ହୋଇଥାଏ ।

କୌଣସି ଜରୁରୀ କାମ ପାଇଁ ଘରୁ ବାହାରିବା ସମୟରେ ଯଦି କୌଣସି ବ୍ୟକ୍ତି ଗୁଡ଼ ଧରି ଯାଉଥିବାର ଦେଖିବାକୁ ମିଳିଥାଏ ତାହାକୁ ଶୁଭ ବୋଲି କୁହାଯାଏ ।

ଘରୁ ବାହାରିବା ସମୟରେ ପିନ୍ଧିଥିବା ଡ୍ରେସରେ ଯଦି ସାମାନ୍ୟ ତୁଳା ଲାଗିଥାଏ ତାହାକୁ ଶୁଭ ବୋଲି କୁହାଯାଏ ।

ଘରର ମହିଳାଙ୍କ ଚାବିରେ ଯଦି ଜଙ୍କ ଲାଗିଯାଏ ତେବେ ତାହାକୁ ଶୁଭ ବୋଲି କୁହାଯାଏ ।

ଘରୁ ବାହାରିବା ସମୟରେ ଯଦି ମନ୍ଦିରର ଘଂଟି ଶବ୍ଦ ଶୁଣାଯାଏ ତେବେ ତାହାକୁ ଶୁଭ ବୋଲି କୁହାଯାଏ ।

ସକାଳ ସମୟରେ ଯଦି ପଡ଼ୋଶୀ ଘରୁ ଶଙ୍ଖ ଶବ୍ଦ ବା ଭଜନ ଆଦି ଶୁଣିବାକୁ ମିଳେ ତେବେ ତାହାକୁ ଶୁଭ ବୋଲି କୁହାଯାଏ ।

ଘରୁ ବାହାରିଥିବା ସମୟରେ ୧୬ ଶୃଙ୍ଗାର କରିଥିବା ସଧବା ମହିଳାଙ୍କୁ ଦେଖିଲେ ଶୁଭ ହୋଇଥାଏ ।

କେଉଁଆଡ଼େ ଯିବା ସମୟରେ ଯଦି ପକେଟରୁ କଏନ ପଡ଼ିଯାଏ ତେବେ ତାହାକୁ ଶୁଭ ବୋଲି କୁହାଯାଏ ।

ସକାଳେ ଫଳ ବାଲା ବା ଫଳ ଧରିଥିବା କୌଣସି ବ୍ୟକ୍ତି ଦେଖିବା ଶୁଭ ହୋଇଥାଏ ।

ଘରୁ ବାହାରିବା ସମୟରେ ଯଦି ଅଚାନକ ବର୍ଷା ହୁଏ ତେବେ ଶୁଭ ହୋଇଥାଏ ।

ଯଦି ଏହିଭଳି କିଛି ନଘଟୁଛି ତେବେ ଘରକୁ ଫେରି ଆସନ୍ତୁ ଏବଂ ଭଗବାନ ଏବଂ ବଡ଼ ମାନଙ୍କର ଆଶୀର୍ବାଦ ନେଇ ଯାଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More