Only for Entertainment

ଖରାପ ସମୟକୁ ପରିବର୍ତ୍ତନ କରିବାକୁ ଚାହାନ୍ତି ! ତେବେ ବ୍ୟବହାର କରନ୍ତୁ ନାହିଁ ଅନ୍ୟର ଏହି ସମସ୍ତ ଜିନିଷ ।

syaria
0 145

ଆଜିକାଲି ଳୋକମାନେ ପରସ୍ପରର ଜିନିଷ ବ୍ୟବହୃତ କରୁଛନ୍ତି । ମାତ୍ର ଜ୍ୟୋତିଷଙ୍କ ମୁତାବକ, କିଛି ଏଭଳି ଜିନିଷ ରହିଛି ଯାହାକି କାହାଠାରୁ ମାଗିବା ମଧ୍ୟ ଉଚିତ ନୁହେଁ କିମ୍ବୋ ଅନ୍ୟର ବ୍ୟବହାର ଜିନିଷ ବ୍ୟବହାର କରିବା ଉଚିତ ନୁହେଁ । ଯନି ଏହି ସମସ୍ତ ଜିନିଷ ଉପରେ ବିଶେଷ ଗୁରୁତ୍ୱ ଦିଆଯାଏ ତେବେ ବ୍ୟକ୍ତି ନିଜର ଅନେକ ଚିନ୍ତାରୁ ମୁକ୍ତି ପାଇ ପାରିବ । ଅନ୍ୟଥା ହୋଇଥିବା ବିଗିଡିବାର ସମ୍ଭାବନା ଉପୁଜି ପାରେ । ତେବେ ଆସନ୍ତୁ ଜାଣିବା ଏଭଳି କଣ ଜିନିଷ ରହିଛି ଯାହାକି ଅନ୍ୟର ବ୍ୟବହାର ପରେ ବ୍ୟବହାର କରିବା ଉଚିତ ନୁହେଁ ।
ବିଛଣା-
କେବେ ବି କାହାର ବିଛଣା ବ୍ୟବହାର କରିବା ଉଚିତ ନୁହେଁ । ଏହାଦ୍ୱାରା ରୋଗ ସଂକ୍ରମଣ ହେବାର ଡର ରହିଥାଏ ଏବଂ ନକରାତ୍ମକ ଶକ୍ତିର ସାମନା କରିବାକୁ ମଧ୍ୟ ପଡିପାରେ । ଯେଉଁ କାରଣରୁ ଅସଫଳତାର ସମ୍ମୁଖୀନ ହେବାକୁ ପଡିପାରେ ।
ଜୋତା-ଚପଲ-
ଅନ୍ୟ କାହାର ଜୋତା-ଚପଳ ବ୍ୟବହାର କରିବା ଫଳରେ ଶନି ଦୋଷ ବଢିପାରେ । ଯେଉଁ ବ୍ୟକ୍ତିର ଜୀବନରେ ଶନି ଦୋଷ ପଡିଥାଏ , ତା’ର ଜୀବନରେ ଚିନ୍ତା ମଧ୍ୟ ବଢିଥାଏ ।
ପେନ-
ପରସ୍ପର ଠାରୁ ପେନ ମାଗି ସମସ୍ତେ ବ୍ୟବହାର କରିଥାଆନ୍ତି ଏବଂ ବେଳେବେଳେ ଫେରାଇବା ଲାଗି ଭୂଲି ମଧ୍ୟ ଯାଆନ୍ତି । ଯଦି କୌଣସି ବ୍ୟକ୍ତିର ବ୍ୟବହାରକାରୀ ପେନ ଆଣି ଆପଣ ତାଙ୍କୁ ଫେରସ୍ତ ନ କରନ୍ତି ତେବେ ସେ ବ୍ୟକ୍ତି ଜୀବନରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।
ଋୁମାଲ-
ଅନ୍ୟର ରୁମାଲ ବ୍ୟବହାର କରିବା ଦ୍ୱାରା ରୋଗ ସଂକ୍ରମିତ ହେବାର ଆଶଙ୍କା ରହିଥାଏ ଏବଂ ଜ୍ୟୋତିଷଙ୍କ ଅନୁସାରେ ଏଭଳି କରିବା ଦ୍ୱାରା ପରସ୍ପରଙ୍କ ଭିତରେ କଳହ ସୃଷ୍ଟି ହୋଇଥାଏ ।
ଘଂଟା-
ଯଦି ଆପଣଙ୍କ ଖରାପ ସମୟକୁ ପରିବର୍ତ୍ତନ କରିବାକୁ ଚାହାନ୍ତି ତେବେ ଆପଣ ଅନ୍ୟ କାହାର ଘଂଟା ବ୍ୟବହାର କରନ୍ତୁ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More