Only for Entertainment

୧୦ ରୁ ୭ ବିବାହିତ ମହିଳା ସ୍ୱାମୀଙ୍କୁ ଦେଇଥାଆନ୍ତି ଧୋକା : ସର୍ଭେ

Naukri Nama
76

ଏକ ସର୍ଭେ ରିପୋର୍ଟ ଅନୁସାରେ ପାଖାପାଖି ୭୦% ବିବାହିତ ମହିଳା ନିଜ ସ୍ୱାମୀଙ୍କୁ ଧୋକା ଦେଇଥାଆନ୍ତି । ଏକ୍ସଟ୍ରା ମାରିଟାଲ (ବିବାହ ପରେ ମଧ୍ୟ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ) ଡେଟିଂ ଆପ୍‍ ଗ୍ଳିଡେନ୍‍ ନିଜର ଏକ ସର୍ଭେରେ ଚକିତ କଲାଭଳି ତଥ୍ୟ ଉପସ୍ଥାପିତ କରିଛି । ଏହି ଆପ୍‍ କହିଛି ଯେ, ଭାରତରେ ପ୍ରତି ୧୦ଜଣଙ୍କ ମଧ୍ୟରୁ ୭ଜଣ ମହିଳା ନିଜ ସ୍ୱାମୀଙ୍କୁ ଧୋକା ଦେଇଥାଆନ୍ତି । ଏହାର ପ୍ରମୁଖ କାରଣ ମଧ୍ୟ ରହିଛି ଘରୋଇ କାମରେ ସ୍ୱାମୀମାନେ ସହଯୋଗ ନକରିବା, ବୈବାହିକ ଜୀବନକୁ ସଠିକ୍‍ ଭାବେ ଉପଭୋଗ ନକରିବା ଇତ୍ୟାଦି । ଗ୍ଳିଡେନ୍‍ ନାମକ ଏହି ଡେଟିଂ ଆପକୁ ଭାରତରେ ୫ଲକ୍ଷରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି । ଏହି ଆପ୍‍ ପକ୍ଷରୁ ମହିଳା କାହିଁକି ଧୋକା ଦିଅନ୍ତି ଶୀର୍ଷକ ଏକ ସର୍ଭେ କରାଯାଇଥିଲା ।

ସର୍ଭେରୁ ମିଳିଥିବା ରିପୋର୍ଟ ଅନୁସାରେ ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା ଆଦି ମହାନଗରୀରେ ଏପରି ମହିଳାଙ୍କ ସଂଖ୍ୟା ସବୁଠୁ ଅଧିକ, ଯେଉଁମାନେ ନିଜ ସ୍ୱାମୀମାନଙ୍କୁ ଧୋକା ଦେଉଛନ୍ତି । ଏହି ଆପ୍‍ର ବିଶେଷଜ୍ଞ ସୋଲେନ୍‍ ପେଲେଟ୍‍ କହିଛନ୍ତି ଯେ, ସର୍ଭେରେ ସାମିଲ ଥିବା ୧୦ରୁ ୪ଜଣ ମହିଳା ସ୍ୱିକାର କରିଛନ୍ତି ଯେ, ଅଜଣା ଲୋକଙ୍କ ସହ ମଉଜମସ୍ତି କରିବା ପରେ ସେମାନଙ୍କର ନିଜ ଜୀବନସାଥୀଙ୍କ ସହ ସମ୍ପର୍କ ମଜବୁତ ହେଉଛି । ୫ଲକ୍ଷ ଭାରତୀୟ ଗ୍ଳିଡନ୍‍ ୟୁଜର୍ସଙ୍କ ମଧ୍ୟରୁ ୨୦% ପୁରୁଷ ଏବଂ ୧୩% ମହିଳା ନିଜ ଜୀବନସାଥୀଙ୍କୁ ଧୋକା ଦେଉଥିବା ବିଷୟ ସ୍ୱିକାର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୭ରେ ଭାରତରେ ଏହି ଆପ୍‍ର ଅବଶ୍ୟ ହୋଇଥିଲା । ଆଉ ମାତ୍ର ୨ ବର୍ଷ ମଧ୍ୟରେ ଭାରତରେ ଏହାର ୩୦% ସଦସ୍ୟ ହୋଇଛନ୍ତି । ଏହି ସଦସ୍ୟମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ୩୪ ରୁ ୪୯ ବର୍ଷିୟା ମହିଳା । ୭୭% ଭାରତୀୟ ମହିଳା ଏହା ସ୍ୱିକାର କରିଛନ୍ତି ଯେ, ସେମାନଙ୍କ ବୈବାହିକ ଜୀବନ ଫିକା ପଡୁଥିବା କାରଣରୁ ସେମାନେ ବାହାରର ସାଥୀ ସହ ଭେଟିବା ଓ ମିଶିବା ପାଇଁ ବାଧ୍ୟ ହୋଇଛନ୍ତି । ଯାହା ସେମାନଙ୍କ ବୈବାହିକ ଜୀବନରେ ନୂଆ ଉତ୍ସାହ ଭରିଦେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More