Only for Entertainment

ବାସ୍ତୁ ଅନୁସାରେ ଏହି ଦିଗରେ ରଖନ୍ତୁ ପିଇବା ପାଣି

Olive You Whole
36

ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରକୁ ଖୁବ ଗୁରୁତ୍ୱ ଦିଆଯାଇଥାଏ। ବାସ୍ତୁ ଅନୁଯାୟୀ ଗୃହ ଏବଂ ଏହାର କକ୍ଷ ନିର୍ମାଣ ସହ ଗୃହର ଅନ୍ୟାନ୍ୟ ଜିନିଷର ନିର୍ମାଣ ପ୍ରତି ଧ୍ୟାନ ଦିଆଯାଏ। ଏହା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରବେଶ କରିପାରେ ନାହିଁ। କାରଣ ନକରାତ୍ମକ ଶକ୍ତି ପ୍ରଭାବରେ ଗୃହରେ ସର୍ବଦା ସମସ୍ୟା ଲାଗି ରହିଥାଏ। ଆସନ୍ତୁ ବାସ୍ତୁ ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ଜାଣିବା..

ଘରେ ଥିବା ପ୍ରତ୍ୟେକ ଜିନିଷର ଦିଗ ଅନୁସାରେ ରହିବା ଉଚିତ। ତେବେ ଘରେ ଥିବା ପିଇବା ପାଣିର ସଠିକ ଦିଗରେ ରଖିବା ନିତ୍ୟାନ୍ତ ଆବଶ୍ୟକ। ସାଧାରଣତଃ ଘରର ସମସ୍ତ ସଦସ୍ୟ ଗୋଟିଏ ସ୍ଥାନରୁ ପାଣି ପିଇଥାଆନ୍ତି। ଭିନ୍ନ ଭିନ୍ନ ସ୍ଥାନରୁ ପିଇନଥାଆନ୍ତି। ତେଣୁ ପାଣି ସମସ୍ତ ସଦସ୍ୟଙ୍କୁ ଯୋଡ଼ି ଥାଏ ବୋଲି କୁହାଯାଏ। ଏହି କାରଣରୁ ପିଇବା ପାଣିପାତ୍ରକୁ ସଠିକ ସ୍ଥାନରେ ରଖିବା ନିତ୍ୟାନ୍ତ ଆବଶ୍ୟକ।

ଘରର ପିଇବା ପାଣିର ପାତ୍ର ସର୍ବଦା ପୂର୍ବ ଓ ଉତ୍ତର ଦିଗରେ ରଖିବା ଉଚିତ। ଏହାଦ୍ୱାରା ଗୃହରେ ଶାନ୍ତିର ବାତାବରଣ ରଖିଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଥାଏ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।

ଦକ୍ଷିଣ ଦିଗରେ ଘରର ପିଇବା ପାଣିର ପାତ୍ର ରଖିଲେ ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହାସହ ଘରର ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More